କଳିଙ୍ଗନଗର ରେ ଶ୍ରମିକ ଅଶାନ୍ତି, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ l

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ହେବା ପୂର୍ବରୁ ଶ୍ରମିକମାନଙ୍କ ଦରମା ପ୍ରଦାନ ନ କରିବା, କାରଖାନା ର ନିଜସ୍ୱ ଖଣିକୁ ଚାଲୁକରିବା, କାରଖାନାକୁ ତୁରନ୍ତ ଚାଲୁ କରିବାରେ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ! ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ଆଗରୁ ମିଳିତ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କୌଣସି ସୂତ୍ରରୁ କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା l ଆର୍ଥିକ ଅନାଟନ କାରଣରୁ ଦୁଇ ଦୁଇ ଜଣ ଙ୍କ ଜୀବନ ଗଲା କିନ୍ତୁ ସରକାର ଅଣଦେଖା କରି ଚାଲିଛନ୍ତି l ଏହି ସବୁ ଦାବିରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ସପରିବାର ଡ଼ୁବୁରୀ ଛକ ଠାରେ ଆଜି ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯାଇଥିଲା l ସ୍ଥାନୀୟ ବିଧାୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆସିଲେ ନାହିଁ l ଏଥିରୁ ସ୍ପଷ୍ଟ ହୋଇଯାଇଛି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭାରି ଡର! ଏହି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରୀ ମାନେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ରାଜରାସ୍ତାରେ ଶ୍ରମିକ I କୌଣସି ଶ୍ରମିକ ସଂଘ କିମ୍ବା ଇଉନିୟନ୍ ସେମାନଙ୍କ ପାଇଁ ସ୍ଵର ଉଠାଉ ନାହାନ୍ତି ବୋଲି ...