ସାନଭାଇର କୋଦାଳ ମାଡ ରେ ବଡ଼ ଭାଇ ମୃତ l

ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ରାଣୀପଡା ଗ୍ରାମପଞ୍ଚାୟତର ଗଳିଆଛନ୍ଦା ଗ୍ରାମର ଉତମ ନାୟକ ( ୪୦) କୁ ତାଙ୍କର ସାନଭାଇ ଶ୍ରୀଧର ନାୟକ କୋଦାଳ ରେ ମୁଣ୍ଡ କୁ ପିଟି ହତ୍ୟା କରିଥିବା ଯାଜପୁର ରୋଡ଼ ଥାନା ରେ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ମୃତ ଉତମ ଗତ କାଲି କାମକରି ଘରକୁ ଫେରି ଥିଲେ l ଘରେ ପହଞ୍ଚି ବା ପରେ ଘରୋଇ କାଳିକୁ ନେଇ ଦୁଇଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ଶ୍ରୀଧର ଏକ କୋଦାଳ ରେ ବଡ଼ ଭାଇ ର ମୁଣ୍ଡ କୁ ପିଟି ପାଖରେ ଥିବା କୂଅ ମଧ୍ୟକୁ ଠେଲି ଦେଇ ଥିଲା l ଗାଁ ଲୋକେ କୂଅରୁ ଉଦ୍ଧାର କରି ପ୍ରଥମେ ଦାନଗଦି ଡାକ୍ତର ଖାନାରେ ପରେ ଯାଜପୁର ଟାଉନ ଡାକ୍ତର ଖାନା ନେଇଥିଲେ l ଟାଉନ୍ ଡାକ୍ତର କଟକ ପଠାଇ ଦେଇଥିଲେ I କଟକରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରୁ ଘରକୁ ଫେରାଇ ଆଣିବା ପରେ ମୃତ ଉତ୍ତମ ଙ୍କ ସ୍ତ୍ରୀ ସରଦା ନାୟକ ଏନେଇ ଯାଜପୁର ରୋଡ ଥାନରେ ଲିଖିତ ଅଭିଯୋଗ କରିଥିଲେ l ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧର କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ସାମନ୍ୟ ବଚସା ରେ ସାନଭାଇ ନେଲା ବଡ଼ ଭାଇ ର ଜୀବନ l Umakanta Mohapatra (Rita vision News) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !