କୋରାପୁଟ ଓକିଲ ସଂଘର କୋଟ ସମୁଖରେ ସତ୍ୟାଗ୍ରହ l

କୋରାପୁଟ (ବ୍ୟୁରୋ ରିପୋର୍ଟ) :- ୧୨ ତାରିଖ କୋରାପୁଟର ଓକିଲମାନେ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିଥିଲେ । କୋରାପୁଟ ଓକିଲ ସଂଘର ସାଧାରଣ ବୈଠକରେ ଗତ ୪ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ଡ଼ାକରାରେ ସବୁ ଜିଲ୍ଲାର ଓକିଲ ସଂଘ ପ୍ରତିନିଧି ମାନେ ଏକ ଜରୁରୀ ବୈଠକ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓକିଲମାନଙ୍କ ନ୍ୟାର୍ଯ୍ୟାଦାବୀ କୁ ସଠିକ ଭାବରେ ଉପସ୍ଥାପନ କରିବାକୁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ଓକିଲ ମାରଣ ନୀତିକୁ ବିରୋଧ କରିବା ସହ ଏକ ଟିମ ରାଷ୍ଟ୍ରପତି ଓ ପ୍ରଧାନ ବିଚାରପତିଙ୍କୁ ଭେଟି ଓକିଲଙ୍କ ଅଧିକାର ସମ୍ପର୍କରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା । ଓକିଲ ମାନଙ୍କର ଦାବିକୁ ନେଇ ଆନ୍ଦୋଳନ କରିଥିବା ଓକିଲଙ୍କ ଲାଇସେନ୍ସ ଯଦି ରଦ୍ଧ କରାଯାଏ ତେବେ ସମସ୍ତେ ଲାଇସେନ୍ସ ସରେଣ୍ଡାର କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଡିସେମ୍ବର ୧୨ ତାରିଖକୁ ପ୍ରତିବାଦ ଦିବସ ରୂପେ ପାଳନ କରି ସତ୍ୟାଗ୍ରହ କରିବାପାଇଁ ନିଷ୍ପତ୍ତି ହେଇଥିଲା l ଉକ୍ତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଗୁଡିକୁ ସମର୍ଥନ ଜଣାଇ କୋରାପୁଟ ଓକିଲ ସଂଘ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି । ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ସହ ସଂଘ ସଭାପତି ନିହାର ପଟ୍ଟନାୟକ , ଉପ ସଭାପତି ସୁବାଷ ସେନାପତି, ବରିଷ୍ଠ...