କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l

ଯାଜପୁର (ସୁକିନ୍ଦା) :-ସୁକିନ୍ଦା ବ୍ଳକ କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l ରୋଗୀ ଚିକିତ୍ସା ଜନିତ ବର୍ଯ୍ୟବସ୍ତୁକୁ (Bio-Medical Waste ) ପ୍ରଦୂଷଣ ବୋର୍ଡ ନିୟମାବଳୀ ଅନୁଯାୟୀ ପରିଚାଳନା କରାଯାଇଅଛି l ଏଥିରେ ବିଭିନ୍ନ କିସମର ବର୍ଯ୍ୟବସ୍ତୁକୁ ସଂଗ୍ରହ କରାଯାଇ ଅଲଗା ଅଲଗା ରଙ୍ଗୀନ ବାଲତିରେ ପୃଥକୀକରଣ କରାଯାଏ l ହଳଦିଆ, ଲାଲ, ନୀଳ, ଧଳା ଓ କଳା ରଙ୍ଗର ବାଲତି ମାନଙ୍କରେ ରଖାଯାଏ l ସେଠାରୁ ନେଇ ନିର୍ଦିଷ୍ଟ ନନ୍ଦକୂଅ ବା ପିଟ ମାନଙ୍କରେ ପକାଯାଏ l ପୂଜ ଓ ରକ୍ତଭିଜା ତୁଳା, କପଡା, ସିରିଞ୍ଜ, ଇଂଜେକସନ ଛୁଞ୍ଚି, ସାଲାଇନ ବୋତଲ,କାଚ ବୋତଲ,ଔଷଧ ଖୋଳ ଇତ୍ୟାଦି ବାହାରେ ଇଆଡ଼େ ସିଆଡେ ନଅପକାଈ ପିଟ ରେ ପକାଇ ଦିଆଯାଇଥାଏ l ପୁନଶ୍ଚ ପିଟ ଗୁଡିକ ସଂସ୍ପରେ ଯେପରି ମଣିଷ, ପଶୁମାନେ ନ ଆସନ୍ତି ସେଥିପାଇଁ ପିଟ ଚାରିପଟେ ଇଟା କାନ୍ଥ ଦିଆଯାଇଛିl ଏହାଦ୍ଵାରା ପରିବେଶ ପ୍ରଦୂଷଣ ଓ ରୋଗ ସଂକ୍ରମଣ ହ୍ରାସପାଇଥାଏ l