ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଚୋର l

ଯାଜପୁର (ବ୍ୟାସନଗର) :- ବିଳମ୍ବିତ ରାତିରେ ଯାଜପୁର ରୋଡ ଥାନା କୋପଣ୍ଡ ଗାଁରେ ଲକ୍ଷାଧିକ ଟଙ୍କାର ସୁନାଗ୍ରହଣା ଚୋରି,ଥାନାରେ ଏତଲା ଦିଆଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ନିଜର କାମଧନ୍ଦା ସାରି ଖାଇପିଇ ସମ୍ବୁନାଥ ସାହୁଙ୍କ ପରିବାର ଲୋକେ ଶୋଇଥିଲେ। ରାତି ୩ଟାରୁ କୌଣସି କାମରେ ସମ୍ବୁନାଥଙ୍କ ପତ୍ନୀ ସଂଯୁକ୍ତା ସାହୁ ଘର ବାହାରକୁ ଆସିବାକୁ ବାହାରିଥିଲେ । ମାତ୍ର ଘର ପ୍ରତେକ ରୁମରେ କୌଣସି ବ୍ୟକ୍ତି ବାହାରୁ ବନ୍ଦ କରିଦେବା ସହିତ ଘରର ମୁଖ୍ୟ ଫାଟକ ଖୋଲା ଥିଲା
 । ଯାହାକୁ ଦେଖି ସଂଯୁକ୍ତା ନିଜ ଘର ଲୋକଙ୍କୁ ଡାକିଥିଲେ। ତେବେ ଘରର ସମସ୍ତ ରୁମକୁ ଯାଇ ଦେଖିଲା ବେଳକୁ ଅଧିକାଂଶ ଜିନିଷ ଚୋରି ହେଇଯାଇଥିଲା। ଏଥିସହିତ ନିଜର ଝିଅ ବାହାଘର ପାଇଁ ରଖିଥିବା ସୁନା ମୁଦି,ଚୁଡ଼ି,ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ରୁପା ଜିନିଷ ଚୋରି ହେଇଯାଇଥିଲା।
 ତେବେ ଏହି ଚୋରି ଘଟଣାକୁ ସମ୍ବୁନାଥ ସାହୁ ଯାଜପୁର ରୋଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସଂଯୁକ୍ତା ସାହୁ ଦାବି କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !