ୟୁଥ ଫର ଆକ୍ସନ ସଂଗଠନରେ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର - ଗତ କାଲି ହୋଟେଲ ରୋୟାଲ କଳିଙ୍ଗରେ ୟୁଥ ଫର ଆକ୍ସନ ସଙ୍ଘର କୋରାଇ ସଭାପତି ସୁଶୀଲ କୁମାର ମଲିକଙ୍କ ତତ୍ୱାବଧାନରେ କରାଇ ଓ ବ୍ୟାସନଗର ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଂଗଠନ ଦୀର୍ଘ ୨ ବର୍ଷଧରି ନୂତନ ଭାବେ ଅଣ ରାଜନୈତିକ ସଂଗଠନ ଭାବେ କାର୍ଯ୍ୟକରୀ ଆସୁଥିବାବେଳେ ଦିନକୁ ଦିନ ସଂଗଠନ ପ୍ରତି ଜନସାଧାରଣ ତଥା ଯୁବ ପିଢିଙ୍କ ନିକଟତର ହେବାରେ ଲାଗିଛି l 
ଏହି ସଂଗଠନ ନିରପେକ୍ଷ ଭାବେ ସମାଜକୁ ଏକ ସୁଦର, ସରସ କରି ଗଢିତୋଳିବା ଓ ଯୁବ ପିଢିଙ୍କ ନକରାତ୍ମକ ଚିନ୍ତାଧାରାକୁ ବଦଳାଇ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାଭଳି ଏହାର ମୁଖ୍ୟ ଉଦେଶ୍ୟ ବୋଲି ସଙ୍ଘ ରାଜ୍ୟ ସମ୍ପାଦକ ଅଶ୍ୱିନୀ କର କହିଥିଲେ l 
ୟୁଥ ଫର ଆକ୍ସନ ସଙ୍ଘର ରାଜ୍ୟ ସମ୍ପାଦକ ଅଶ୍ୱିନୀ କର ଓ ଯାଜପୁର ଜିଲ୍ଲା ସଭାପତି ରୂପକ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ସଙ୍ଘ ଘୋଷିତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କୋରାଇ ମଣ୍ଡଳ ସଭାପତି ଭାବେ ସୁଶୀଲ କୁମାର ମଲିକ, ଉପ ସଭାପତି ଭାବେ ଚନ୍ଦନ ମଲିକ, ମନୋଜ ରାଉତ, ସୁବ୍ରତ ସାହୁ, ରଞ୍ଜିତ ମଲିକ l ସମ୍ପାଦକ ଭାବେ ଜଗନ ବରାଳ ବିଶ୍ୱନାଥ ମହାରଣା, ଶ୍ରୀକାନ୍ତ ସ୍ୱାଇଁ, ରମାକାନ୍ତ କାଣ୍ଡି ଓ ଜ୍ଞାନରଞ୍ଜନ ମହାନ୍ତି ରହିଛନ୍ତି l ସାଧାରଣ ସମ୍ପାଦକ ଭାବେ ଟୁନା ଗୁରୁ ଓ ମନୋଜ ଦାସ ଏବଂ କୋଷାଦକ୍ଷ ଭାବେ ଦେବରାଜ ମହାରଥୀଙ୍କୁ ଚୟନ କରାଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !