Posts

Showing posts from February 20, 2021

ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ମଶାରୀ ବଣ୍ଟନ l

Image
ଯାଜପୁର (ସୁକିନ୍ଦା): ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଏକଶତଜଣ ଵୃଦ୍ଧ, ବୃଦ୍ଧl, ମହିଳା ଓ ଅସହାୟଙ୍କୁ ମଶାରୀ ବଣ୍ଟନ କରାଯାଇଅଛି l କାଳିଆପାଣି ସରପଞ୍ଚ କଳ୍ପନା ଜେନା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବlବେଳେ ଇମ୍ଫାର ପ୍ରଶାସନିକ ଓ କlର୍ମୀକ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ, ନାୟବ ସରପଞ୍ଚ ମୋତିଲାଲ ମହାନ୍ତ, ଯୁବ ସମାଜସେବୀ ଆଶିଷ କୁମାର ଜେନା, ୱାର୍ଡ ସଭ୍ୟ ଶାମ ମହାନ୍ତ,ଗୋପାଳ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ l ସ୍ଥାନୀୟ ବାସିନ୍ଦାଙ୍କଦ୍ୱାରା ଏହା ବେଶ ଜନାଦୃତ ହୋଇଥିଲା l ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି ସହାୟତା କରିଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l Distribution of mosquito nets by the Elapanda Foundation of Banshidhar.  Jajpur (Sukinda): Mosquito nets have been distributed to 100 elderly people, women and the helpless of Gurujang village under Ka