Posts

Showing posts from May 23, 2024

ବ୍ରିଜ ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଚାଳକ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ରୋଡ଼ ଥାନା, ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ଓଭର ବ୍ରିଜ ଉପରେ ଏକ କାର ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ଏକ କାର ଡ଼ୁବୁରୀରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା l ମାନଗୋବିନ୍ଦ ପୁର ନିକଟସ୍ଥ ଓଭର ବ୍ରିଜ ଉପରେ ଏକ ବସ କାର ପଛପଟୁ ଧକା ଦେଇଥିଲା ଦେଖଣାହାରୀ ଙ୍କ ପକ୍ଷରୁ ଯାହା ସୂଚନା ମିଳିଛି l ଫଳରେ କାରଟି ଘଟଣା ସ୍ଥଳରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା l ଅଳ୍ପକେ ବର୍ତ୍ତିଯାଇଥିଲେ କାର ମାଲିକ l ତେବେ ସୂଚନା ପାଇ ଦାନଗଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଥିଲା l ତେବେ ଦୁର୍ଘଟଣା ଗ୍ରସ୍ତ କାରରେ ଧର୍ମଶାଳା ଅନ୍ତର୍ଗତ ଵାରକଣା ଆର.ଆଇ ସୁଶାନ୍ତ କୁମାର ସ୍ୱାଇଁ ନାମକ ବ୍ୟକ୍ତି ନିର୍ବାଚନୀ କାର୍ଯ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ସୂଚନା ମିଳିଛି l ଅନ୍ୟପଟେ ସୂଚନା ପାଇ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l