ନିଜର ହକ ପାଇଁ ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚର ବନ୍ଦୋବସ୍ତ ଜମିପଟ୍ଟା ପାଇବା ପାଇଁ ସରକାର ଙ୍କ ବିରୋଧରେ ଦେଲେ ରଣହୁଙ୍କାର।

RITA VISION NEWS By Umakanta Mohapatra ଯାଜପୁର(କଳିଙ୍ଗନଗର) :- ସୁକିନ୍ଦା ଓ ଦାନଗଦୀ ବ୍ଲକ ର ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୨୯ ମୈଜାର ଲୋକମାନେ ନିଜର ହକ ପାଇ ପାରିଲେ ନାହାନ୍ତି । ୨୯ ମୈଜାର ଭୂମି ମୁକ୍ତ କୃଷକ ମଞ୍ଚର ଲୋକ ମାନେ କୈାଣସି ପ୍ରକାର ବନ୍ଦୋବସ୍ତ ଜମି ପଟ୍ଟା ନ ପାଇ ଅନାବାଦିଆ ହୋଇ ରହିଛନ୍ତି ।ଏବେ ଦେଖିବାକୁ ମିଳିଛି କିଛି ଲୋକମାନଙ୍କୁ ସରକାର ଯେଉଁ ପଟ୍ଟା ଦେଇଛନ୍ତି ସେହି ପଟ୍ଟା ରେ ଜାତିଗତ ପ୍ରମାଣ ପତ୍ର ଓ ଠିକଣା ଲେଖା ଯାଇ ନାହିଁ। ଯେମିତି ବନ୍ଦୋବସ୍ତ ଜମିପଟ୍ଟା ରେ ଜାତିଗତ ପ୍ରମାଣ ଓ ଠିକଣା ଲେଖା ଯାଇଥାଏ ସେସବୁକୁ ସରକାର ବାଦ ଦେଇଛନ୍ତି। ସେହି ସରକାରୀ ପଟ୍ଟା ଲିଜ ପଟ୍ଟା କହିଥିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁ ଭୁମିହୀନ ଲୋକମାନେ ଅନାବାଦୀ ଓ ଜଙ୍ଗଲ ଜମି ରେ ଘରକରି ଥିଲେ, ଏସବୁ ଜାଗାକୁ ସରକାର ଲିଜ ଜାଗା ବୋଲି ପଟ୍ଟାରେ ଉଲେକ୍ଷ କରିଛନ୍ତି। ସେଥିପାଇଁ ୨୯ ମୈଜାର ଲୋକ କହିଛନ୍ତି ଯେ ଏସବୁ ପଟ୍ଟା ପ୍ରଦାନ କରି ସରକାର ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ସରକାର ୨୯ ମୈଜାର ଲୋକ ମାନଙ୍କୁ ସ୍ଥିତି ବାନ ଜମି ପଟ୍ଟା ଦିଅନ୍ତୁ। ଲୋକମାନେ ବ୍ୟାଙ୍କରୁ ରୁଣ କରିବେ, ଘରକରିବେ ପିଲାମାନେ ସ୍କୁଲରେ ପାଠ ପଢିବାରେ ଜାତିଗତ ପ୍ରମାଣ ପତ୍ର ବାହାର କରି ପାଠ ପଢିବେ l ସରକାରଙ୍କ ଏହିପରି ଯୋଜନାରେ ଅସୁବିଧା ଭୋଗୁଛନ...