ନିଜର ହକ ପାଇଁ ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚର ବନ୍ଦୋବସ୍ତ ଜମିପଟ୍ଟା ପାଇବା ପାଇଁ ସରକାର ଙ୍କ ବିରୋଧରେ ଦେଲେ ରଣହୁଙ୍କାର।

RITA VISION NEWS By Umakanta Mohapatra

ଯାଜପୁର(କଳିଙ୍ଗନଗର) :- ସୁକିନ୍ଦା ଓ ଦାନଗଦୀ ବ୍ଲକ ର ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୨୯ ମୈଜାର ଲୋକମାନେ ନିଜର ହକ ପାଇ ପାରିଲେ ନାହାନ୍ତି । ୨୯ ମୈଜାର ଭୂମି ମୁକ୍ତ କୃଷକ ମଞ୍ଚର ଲୋକ ମାନେ କୈାଣସି ପ୍ରକାର ବନ୍ଦୋବସ୍ତ ଜମି ପଟ୍ଟା ନ ପାଇ ଅନାବାଦିଆ ହୋଇ ରହିଛନ୍ତି ।ଏବେ ଦେଖିବାକୁ ମିଳିଛି କିଛି ଲୋକମାନଙ୍କୁ ସରକାର ଯେଉଁ ପଟ୍ଟା ଦେଇଛନ୍ତି ସେହି ପଟ୍ଟା ରେ ଜାତିଗତ ପ୍ରମାଣ ପତ୍ର ଓ ଠିକଣା ଲେଖା ଯାଇ ନାହିଁ। ଯେମିତି ବନ୍ଦୋବସ୍ତ ଜମିପଟ୍ଟା ରେ ଜାତିଗତ ପ୍ରମାଣ ଓ ଠିକଣା ଲେଖା ଯାଇଥାଏ ସେସବୁକୁ ସରକାର ବାଦ ଦେଇଛନ୍ତି। ସେହି ସରକାରୀ ପଟ୍ଟା ଲିଜ ପଟ୍ଟା କହିଥିଲେ ଅତ୍ୟୁକ୍ତି ହେବନାହିଁ । 

ଯେଉଁ ଭୁମିହୀନ ଲୋକମାନେ ଅନାବାଦୀ ଓ ଜଙ୍ଗଲ ଜମି ରେ ଘରକରି ଥିଲେ, ଏସବୁ ଜାଗାକୁ ସରକାର ଲିଜ ଜାଗା ବୋଲି ପଟ୍ଟାରେ ଉଲେକ୍ଷ କରିଛନ୍ତି। ସେଥିପାଇଁ ୨୯ ମୈଜାର ଲୋକ କହିଛନ୍ତି ଯେ ଏସବୁ ପଟ୍ଟା ପ୍ରଦାନ କରି ସରକାର ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ସରକାର ୨୯ ମୈଜାର ଲୋକ ମାନଙ୍କୁ ସ୍ଥିତି ବାନ ଜମି ପଟ୍ଟା ଦିଅନ୍ତୁ। ଲୋକମାନେ ବ୍ୟାଙ୍କରୁ ରୁଣ କରିବେ, ଘରକରିବେ ପିଲାମାନେ ସ୍କୁଲରେ ପାଠ ପଢିବାରେ ଜାତିଗତ ପ୍ରମାଣ ପତ୍ର ବାହାର କରି ପାଠ ପଢିବେ l 

ସରକାରଙ୍କ ଏହିପରି ଯୋଜନାରେ ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା । ଏବଂ ଲୋକ ମାନେ ବନ୍ଦୋବସ୍ତ ଜମିପଟ୍ଟା ପାଇଁ ସରକାର ଙ୍କୁ ଅନେକ ଦାବି କରିଥିଲେ । ହେଲେ ସରକାର ସୁଣିଲେ ନାହିଁ l ସେଥିପାଇଁ ୨୯ ମୈଜାର ଲୋକମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ଯାଥା ଶୀଘ୍ର ଜମି ବନ୍ଦୋବସ୍ତ କରିବାକୁ ଆଦେଶ ଦେଇଥିଲେ l କିନ୍ତୁ ସରକାର ଉଚ୍ଚ ନ୍ୟାୟାଳୟର ଙ୍କ ଆଦେଶକୁ ଅବମାନନା କରି ଏ ପର୍ଯ୍ୟନ୍ତ କୌଣସି ବନ୍ଦୋବସ୍ତ କରିବାକୁ ଆରମ୍ଭ କରିନାହାନ୍ତି l ଗତକାଲି ଡ଼ୁବୁରୀ କପିଳେଶ୍ୱର ମନ୍ଦିରରେ ଏକ ସାଧାରଣ ବୈଠକରେ ୨୯ ମୌଜାର ଭୁମି ମୁକ୍ତି କୃଷକ ମଞ୍ଚର ଆଲୋଚନା ରେ ନିଷ୍ପତ୍ତି ହୋଇଛି ଯେ 
ଯଦି ପନ୍ଦର ଦିନ ଭିତରେ ସରକାର ଜମିପଟ୍ଟା ପାଇଁ ବନ୍ଦୋବସ୍ତ ନ କରନ୍ତି ବାଧ୍ୟ୍ୟ ହୋଇ ୨୯ ମୌଜା ର ସମସ୍ତ ଜନସାଧାରଣ ତଥା କୃଷକ ରାଜରାସ୍ତାରେ ପ୍ରତିବାଦ କରି, କଳିଙ୍ଗନଗର ରାସ୍ତା ଅବରୋଧ କରିବା ସହିତ ଲଢେ଼ଇ କରିବେ ଓ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ସରକାର ଙ୍କୁ ଚେତାବନୀ ଦେଇଛନ୍ତି l 



Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !