Posts

Showing posts from October 13, 2021

ପୁରୀ ବଳିଆପଣ୍ଡା ରୁ ୨୫୦ଗ୍ରାମ ବ୍ରାଉନ ସୁଗର ଜବଦ I

Image
ପୁରୀ(ବ୍ୟୁରୋ ରିପୋର୍ଟ ):- ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୁରୀ ପୋଲିସ ର ଏସ ଟି ଏଫ୍ ସ୍ଥାନୀୟ ବଳିଆପଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରି  ୨୫୦ ଗ୍ରାମ ବ୍ରାଉନ ସୁଗର ଜବଦ କରିବା ସହ ପୁରୀରେ ବେଆଇନ ଭାବେ ବ୍ରାଉନ ସୁଗର ଚୋରା କାରବାର ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି। ଏହି ସମସ୍ତ ପାଞ୍ଚ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ହେଲେ ,ଧୀରେନ୍ଦ୍ର ସାହୁ ଓରଫ ଟୁଟୁ(୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ(୨୩) , ମାଧବ ମଣ୍ଡଳ ଓରଫ ସନା(୨୮) ,ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି(୨୮) ,ଓ ସୁରଜ ପରିଡା ଓରଫ ଗୁଡୁ(୨୧)। ଚଢ଼ାଉ ସମୟରେ ଏମାନଙ୍କ ଠାରୁ ପୋଲିସ ୧୧ ଟି ସେଲ ଫୋନ, ୨ ଟି ଏଟିଏମ କାର୍ଡ ,ଗୋଟିଏ ମୋଟର ସାଇକେଲ ,ଗୋଟିଏ ଚାରି ଚକିଆ ଯାନ ଓ ନଗଦ ୫ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି।

ରାଜଧାନୀରେ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ): - ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି। କେତେକ ଯୁବକ ଯୁବ କଂଗ୍ରେସ ଅଫିସ୍‌ ତାଲା ଭାଙ୍ଗି ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ପ୍ରାୟ ୬ଟା ସମୟରେ ଏହି ଘଟଣା ଘଟିଛି। ଅଫିସ୍‌ ଭିତରେ ଥିବା ଚେୟାର, ଟେବୁଲ ଓ ଆସବାବପତ୍ର ଭାଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଭଙ୍ଗାରୁଜା ପରେ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ଅଛନ୍ତି? କାହିଁକି ଏଭଳି ଭଙ୍ଗାରୁଜା କରିଛନ୍ତି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, “କଂଗ୍ରେସ ଭବନରେ ଭଙ୍ଗାରୁଜା ହେବା ଏକ ଚିନ୍ତା ଜନକ କଥା। କିଏ କଂଗ୍ରେସ ଭବନ ଭିତରେ ପଶିଲା? ତାହାର ତଦନ୍ତ ହେବା ଦରକାର। ମିଳିଥିବା ସୂଚନା ମୁତାବକ, ମୁହଁ ମୁଖା ଓ ହାତରେ ଗ୍ଲୋବ ପିନ୍ଧି ଅଫିସ୍‌ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆକ୍ରମଣକାରୀମାନେ ତାଙ୍କ ପରିଚୟ ଦେବାକୁ ଭୟ କରୁଛନ୍ତି। କେବଳ ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗା ଯାଇନି। କଂଗ୍ରେସ ଅଫିସ୍‌କୁ ମଧ୍ୟ ଭଙ୍ଗା ଯାଇଛି।” କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି-“କଂଗ୍ରେସ ଭବନ ହେଉଛି ଆମ ପାଇଁ ମନ୍ଦିର। ଏହା ଭିତରେ ପଶି ଯୁବ କଂଗ୍ରେସ ଅଫିସ୍‌ ଭଙ୍ଗିଲା କିଏ? ବିଜେପି ଓ ବିଜେଡିର ସା

ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା ।

Image
( ବ୍ୟୁରୋ ରିପୋର୍ଟ) : - ଖୁବଶୀଘ୍ର ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ । ଏନେଇ ଏକ ସଙ୍କେତ ମିଳିଛି, ଯେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ବୈଷୟିକ କମିଟି ସୁପାରିଶ କରିଛି । କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯିବା ପରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାର୍ଣ୍ଡାଡ କଂଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଏହାକୁ ଏକ ଏକ୍ସପର୍ଟ କମିଟି ଅନୁଧ୍ୟାନ କରିଥିଲେ । ଏଥିରୁ ଏକ ସକାରାତ୍ମକ ସୂଚନା ଆସିଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି । କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ ବିଶ୍ୱରେ ପ୍ରଥମ ଥର ୨ରୁ ୧୮ବର୍ଷ ବର୍ଗ ପିଲାଙ୍କ ପାଇଁ ଟିକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ପରବର୍ତୀ ସମୟରେ ଅନ୍ୟ ଅନୁମତି ହାସଲ କରିବା ଉପରେ ନଜର ରହିବ । ଖୁବଶୀଘ୍ର ଏହା ଛୁଆଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି । ବଡ କଥା ହେଉଛି ବୈଷୟିକ କମିଟିର ସୁପାରିଶ ସତ୍ୱେ ମଧ୍ୟ ଏହାକୁ ଛୁଆଙ୍କ ଶରୀରରେ ଏବେ ପ୍ରୟୋଗ କରାଯିବ ନାହିଁ । ଏଥିପାଇଁ ଡିସିଜିଆଇର ଚୂଡାନ୍ତ ଅନୁମତି ଆବଶ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟରାଷ୍ଟ୍ର ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁସାରେ କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଦିଆଯାଇ ନାହିଁ । ସେ କହିଛନ୍ତି ଯେ, ଛୋଟ