ପୁରୀ ବଳିଆପଣ୍ଡା ରୁ ୨୫୦ଗ୍ରାମ ବ୍ରାଉନ ସୁଗର ଜବଦ I

ପୁରୀ(ବ୍ୟୁରୋ ରିପୋର୍ଟ ):- ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପଣ୍ଡାଙ୍କ ନେତୃତ୍ୱରେ ପୁରୀ ପୋଲିସ ର ଏସ ଟି ଏଫ୍ ସ୍ଥାନୀୟ ବଳିଆପଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରି  ୨୫୦ ଗ୍ରାମ ବ୍ରାଉନ ସୁଗର ଜବଦ କରିବା ସହ ପୁରୀରେ ବେଆଇନ ଭାବେ ବ୍ରାଉନ ସୁଗର ଚୋରା କାରବାର ଅଭିଯୋଗରେ ପାଞ୍ଚ ଜଣକୁ ଗିରଫ କରିଛି।
ଏହି ସମସ୍ତ ପାଞ୍ଚ ଅଭିଯୁକ୍ତ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ହେଲେ ,ଧୀରେନ୍ଦ୍ର ସାହୁ ଓରଫ ଟୁଟୁ(୪୦), ସୁବ୍ରତ ଖୁଣ୍ଟିଆ ଓରଫ ବବୁଲ(୨୩) , ମାଧବ ମଣ୍ଡଳ ଓରଫ ସନା(୨୮) ,ଆଦିତ୍ୟ ନାରାୟଣ ସ୍ୱାଇଁ ଓରଫ ଆଦି(୨୮) ,ଓ ସୁରଜ ପରିଡା ଓରଫ ଗୁଡୁ(୨୧)। ଚଢ଼ାଉ ସମୟରେ ଏମାନଙ୍କ ଠାରୁ ପୋଲିସ ୧୧ ଟି ସେଲ ଫୋନ, ୨ ଟି ଏଟିଏମ କାର୍ଡ ,ଗୋଟିଏ ମୋଟର ସାଇକେଲ ,ଗୋଟିଏ ଚାରି ଚକିଆ ଯାନ ଓ ନଗଦ ୫ହଜାର ଟଙ୍କା ମଧ୍ୟ ଜବତ କରିଥିବା ଜଣାପଡିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !