Posts

Showing posts from April 13, 2023

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ଗୃହ ଉତ୍ସର୍ଗ l

Image
(ମାନ୍ୟବର ଗ୍ରାମ୍ୟ ଉନ୍ନଯନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ପଦାଇଙ୍କ ଦ୍ବାରା ଉଦ୍‌ଘାଟିତ)  ଯାଜପୁର : - ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ ଫାଉଣ୍ଡେସନ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ଗୃହକୁ ଉତ୍ସର୍ଗ କରିଛି ।ଏହି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ବ୍ଲକର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଜତ, ଜୋନ-୯ର ଜିଲ୍ଲା ପରିଷଦ ଶ୍ରୀ ପ୍ରତାପ ପଟ୍ଟନାୟକ, ସୁକିନ୍ଦାଗଡ଼ ର ସରପଞ୍ଚ ଶ୍ରୀ ସ୍ବାଧୀନ ଦାସ, ଜୋନ-୩୭ର ଜିଲ୍ଲା ପରିଷଦ ଶ୍ରୀ ସାଧୁ ଚରଣ ତିୟୁ, ସଂସାଇଲୋ ସରପଞ୍ଚ ଶ୍ରୀ ମନମୋହନ ବାନରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ ହେଜ୍ ଆଲେନ୍ ଜୋସେଫ୍ ଓ କମ୍ୟୁନିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ଟିଏସଏଫ୍ ଦ୍ଵାରା ନିର୍ମିତ ସର୍ବସାଧାରଣ ଶୌଚାଳୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ବିଭାଗ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ଚୌଚାଳୟ ରହିଛି । ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଅଟୋମେଟେଡ୍‌