ପୁରସ୍କାର ପାଇଲେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଯାଜପୁର (ବ୍ୟୁରୋ) - ସରଳ ସ୍ଵଭାବ ମଣିଷ, ଜନ୍ମ ଗରିବ ପରିବାରରେ l ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରିଆ ପଦା ପଞ୍ଚାୟତର ସେହି ଗ୍ରାମର ଶ୍ରୀଯୁକ୍ତ କ୍ଷେତ୍ରବାସୀ ମହାରଣା ଙ୍କ ବଡ଼ ପୁଅ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଯେକି ୧୯୭୬ ମସିହାରେ ଜନ୍ମଗ୍ରହଣ କରିଥିଲେ l ଗାଁ ବିଦ୍ୟାଳୟ ରେ ସେ ପ୍ରଥମ ରୁ ଦଶମ ଶ୍ରେଣୀର ପାଠ ପଢୁଥିବା ବେଳେ ୧୯୯୨ ମସିହାରେ ମ୍ୟାଟ୍ରିକ ପାସ୍ ପରେ ୧୯୯୪ ମସିହାରେ ରେ ଯୁକ୍ତ ଦୁଇ ପାସ କରି ଭୁବନେଶ୍ଵର କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ଆଇ ଟିଆଇ ଫିଟର ରେ ୧୯୯୫-୯୭ ଦୁଇ ବର୍ଷ ଟ୍ରେନିଂ ପରେ ସେହି କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ୧୯୯୮ ମସିହା ମାର୍ଚ୍ଚ ରେ ସହକାରୀ ଟ୍ରେନିଂ ଅଫିସର ଭାବେ ନିଯୁକ୍ତି ପାଇଥିଲେ l ସେହି ଦିନଠାରୁ ଆଜକୁ ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ସଂସ୍ଥା ଅଧୀନରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ସମସ୍ତ ଅଧିକାରୀ ଙ୍କ ଆସ୍ଥାଭାଜନ ହୋଇପାରିଥିଲେ l ଏହିଭଳି ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ "ବେଷ୍ଟ ଷ୍ଟାପ ଅପ୍ ଇଅର୍ 2019 " ସମ୍ମାନ ପ୍ରଦାନ କରାଯାଇଛି l କିଟ୍ ଓ କିସ୍ ପକ୍ଷରୁ ଏହି ପରିପେକ୍ଷିରେ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଙ୍କୁ ଗୋଲ୍ଡ ପଦକ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l RITA vision News