Posts

Showing posts from June 8, 2020

ପ୍ରବଳ ବର୍ଷା ନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ପାଣିପାଗ,..  ସବୁ ଜିଲ୍ଲାପାଳଙ୍କୁ ସ୍ୱତିନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷା ନେଇ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୧୧ରେ ୮ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଜିଲ୍ଲା ଗୁଡ଼ିକ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପଟେ ଆସନ୍ତା ୧୨ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଏହାସହ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ୨୪ଘଣ୍ଟା ପରେ ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି । ତେଣୁ ୧୦ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । ୧୦ ଓ ୧୨ରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।(Rita vision News) 

ଏୟାର କ୍ରାଫ୍ଟ୍ ପ୍ରଶିକ୍ଷଣ ବେଳେ ଚାଲିଗଲା ଦୁଇଟି ଜୀବନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ - ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଏୟାର ଷ୍ଟ୍ରିପ ଟ୍ରେନିଂ ସେଣ୍ଟର ଠାରେ ଆଜି ଗୋଟିଏ ଟ୍ରେନିଂ ଏୟାର କ୍ରାଫ୍ଟ୍ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l ଘଟଣାରୁ ପ୍ରକାଶ ଯେ ବିହାର ରାଜ୍ୟର କ୍ୟାପଟେନ୍ ସଂଜୀବ କୁମାର ଝା ତାମିଲନାଡୁ ରାଜ୍ୟର ଟ୍ରେନିଂ ପାଇଲଟ୍ ଅନିସ ଫତିମା ଙ୍କୁ ଏୟାର କ୍ରାଫ୍ଟ ରେ ଟ୍ରେନିଂ ପାଇଁ ଉଡାଣ ଆରମ୍ଭ କରିଥିଲେ, କିନ୍ତୁ କୌଣସି କାରଣରୁ ଏୟାର କ୍ରାଫ୍ଟ୍ ଟି ତଳେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ କ୍ୟାପଟେନ୍ ଓ ଟ୍ରେନିଙ୍ଗ ପାଇଲଟ୍ ଙ୍କ ମୃତ୍ୟୁ ହୋଇଥିଲା l ଏହି ଖବର ଜଣାପଡ଼ିବା ପରେ କଙ୍କଡ଼ାହାଡ଼ ପୋଲିସ୍ ପହଁଚି ଦୁଇଜଣଙ୍କ ଶବ ଉଦ୍ଧାର କରି ପଂଚନାମା ପାଇଁ ପଠାଇଛି l କଣ ପାଇଁ ଏହି ଦୁର୍ଘଟଣା ଘଟିଲା ଟେକନିକାଲ ଟିମ ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l RITA vision News