Posts

Showing posts from June 17, 2020

ବିଜେପି ର ମହିଳା ଜନ ସମ୍ବାଦ ଭର୍ଚୁଆଲ ରାଲି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ବିଜେପି ପକ୍ଷରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ଆୟୋଜିତ ମହିଳା ଜନ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡ଼ି ହୋଇଥିବା ଓଡ଼ିଆ ପାଇଲଟ୍ ମଧୁସ୍ମିତା ପଟ୍ଟନାୟକଙ୍କୁ ଭେଟିବାର ସୁଯୋଗ ପାଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ l ମୋଦି ସରକାର ପୂର୍ବ ଭାରତକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଆତ୍ମନିର୍ଭର ଭାରତ ସେବେ ସମ୍ଭବ ଯେବେ ଆତ୍ମନିର୍ଭର ଓଡିଶା ହେବ । ଏଥିପାଇଁ ଆମେ ସମସ୍ତେ ଏ ଦିଗରେ କାର୍ଯ୍ୟ କରିବା ଦରକାର । ଓଡିଶାରେ ମୋଦିଙ୍କ ବିକାଶର କାମକୁ ଆଗେଇ ନେବା ପାଇଁ ମହିଳା ଜନପ୍ରତିନିଧି ମାନେ କାମ କରନ୍ତୁ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ମହିଳା ମୋର୍ଚ୍ଚାର ମାଆ ଭଉଣୀ ମାନଙ୍କୁ ରାଜ୍ୟର ୩୭ ହଜାର ବୁଥକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ ।  'ମହିଳା ଜନସମ୍ବାଦ ରାଲି'କୁ ଭିଡିଓ କନ୍ଫରେସିଂ ମାଧ୍ୟମରେ ସମ୍ବୋଧିତ କରି ଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ସରୋଜ ପାଣ୍ଡେ ଏବଂ ରା