Posts

Showing posts from December 2, 2021

ଚାନ୍ଦମା ମହାବୀର କ୍ଲବ ଆନୁକୂଲ୍ୟରେ ଦିବାରାତ୍ରୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ଜିଲ୍ଲା ର ବ୍ୟାସନଗର ଅଧିନସ୍ଥ ଚାନ୍ଦମା ମହାବୀର କ୍ଲବ ଆୟୋଜକ ଓ ତେଜ ହୋଣ୍ଡା ପ୍ରାୟୋଜିତରେ ଚାନ୍ଦମା ଖେଳ ପଡିଆରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ ଏବଂ ବ୍ୟାସନଗରରେ ଏଭଳି ବିରାଟ ଆୟୋଜନ ମାଧ୍ୟମରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସାକରି ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l  ଏହି ଦିଵରାତ୍ରୀ ଟୁର୍ଣ୍ଣାମେଣ୍ଟଟି ଓଡିଶା ପୋଲିସ, ତ୍ରିବେଣୀ ମାଇନ୍ସ, ସୂର୍ଯ୍ୟସିଖା ଭଦ୍ରକ ଓ ଇଷ୍ଟ କୋଷ୍ଟ ରେଲୱେ ଭଳି ୪ ଟି ଦଳକୁ ନେଇ ଖେଳାଯାଇଥିଲା I ଆଜିର ପ୍ରଥମ ମ୍ୟାଚଟି ଓଡିଶା ପୋଲିସ ଓ ତ୍ରିବେଣୀ ମାଇନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ପରିପେକ୍ଷୀରେ ତେଜ ହୋଣ୍ଡା ସୋରୁମ ପକ୍ଷରୁ ଏକ ନୂଆ ରୂପ ରଙ୍ଗରେ ସହରକୁ ପ୍ରବେଶ କରିଥିବା ତିନୋଟି ଗାଡିକୁ ଶୁଭ ଉନ୍ମୋଚନ କରାଯାଇଥିଲା l  ଏହି ଟୁର୍ନାମେଣ୍ଟ ଦୀର୍ଘ ସମୟ ଧରି ଖେଳ ଜାରୀ ରହିଥିବାବେଳେ ଶେଷରେ ସୂର୍ଯ୍ୟସିଖା ଭଦ୍ରକ ଦଳକୁ ଇଷ୍ଟକୋଷ୍ଟ ରେଲୱେ ଦଳ ହରାଇ ଚମ୍ପିୟାନ ହୋଇଥିଲା l କୋରାଇ ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି ଯୋଗଦେଇ ଟ୍ରଫି ସହ ଚମ୍ପିୟାନ ଦଳକୁ ୭୭୭୭ ଟଙ୍କା ଓ ରନର୍ସଅପ ଦଳକୁ ୫୫୫୫ ଟଙ୍କା ପରସ୍କାର ପ୍ରଦାନ କରିଥିଲେ l  ଏହି ଟୁର୍ନାମେଣ୍ଟଟି ସୁଶୀଲ କୁମାର ମଲିକଙ୍କ