ଚାନ୍ଦମା ମହାବୀର କ୍ଲବ ଆନୁକୂଲ୍ୟରେ ଦିବାରାତ୍ରୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l


ଯାଜପୁର :- ଜିଲ୍ଲା ର ବ୍ୟାସନଗର ଅଧିନସ୍ଥ ଚାନ୍ଦମା ମହାବୀର କ୍ଲବ ଆୟୋଜକ ଓ ତେଜ ହୋଣ୍ଡା ପ୍ରାୟୋଜିତରେ ଚାନ୍ଦମା ଖେଳ ପଡିଆରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ ଏବଂ ବ୍ୟାସନଗରରେ ଏଭଳି ବିରାଟ ଆୟୋଜନ ମାଧ୍ୟମରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସାକରି ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
 ଏହି ଦିଵରାତ୍ରୀ ଟୁର୍ଣ୍ଣାମେଣ୍ଟଟି ଓଡିଶା ପୋଲିସ, ତ୍ରିବେଣୀ ମାଇନ୍ସ, ସୂର୍ଯ୍ୟସିଖା ଭଦ୍ରକ ଓ ଇଷ୍ଟ କୋଷ୍ଟ ରେଲୱେ ଭଳି ୪ ଟି ଦଳକୁ ନେଇ ଖେଳାଯାଇଥିଲା I ଆଜିର ପ୍ରଥମ ମ୍ୟାଚଟି ଓଡିଶା ପୋଲିସ ଓ ତ୍ରିବେଣୀ ମାଇନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ପରିପେକ୍ଷୀରେ ତେଜ ହୋଣ୍ଡା ସୋରୁମ ପକ୍ଷରୁ ଏକ ନୂଆ ରୂପ ରଙ୍ଗରେ ସହରକୁ ପ୍ରବେଶ କରିଥିବା ତିନୋଟି ଗାଡିକୁ ଶୁଭ ଉନ୍ମୋଚନ କରାଯାଇଥିଲା l
 ଏହି ଟୁର୍ନାମେଣ୍ଟ ଦୀର୍ଘ ସମୟ ଧରି ଖେଳ ଜାରୀ ରହିଥିବାବେଳେ ଶେଷରେ ସୂର୍ଯ୍ୟସିଖା ଭଦ୍ରକ ଦଳକୁ ଇଷ୍ଟକୋଷ୍ଟ ରେଲୱେ ଦଳ ହରାଇ ଚମ୍ପିୟାନ ହୋଇଥିଲା l କୋରାଇ ଥାନାଧିକାରୀ ରଞ୍ଜିତ କୁମାର ମହାନ୍ତି ଯୋଗଦେଇ ଟ୍ରଫି ସହ ଚମ୍ପିୟାନ ଦଳକୁ ୭୭୭୭ ଟଙ୍କା ଓ ରନର୍ସଅପ ଦଳକୁ ୫୫୫୫ ଟଙ୍କା ପରସ୍କାର ପ୍ରଦାନ କରିଥିଲେ l 
ଏହି ଟୁର୍ନାମେଣ୍ଟଟି ସୁଶୀଲ କୁମାର ମଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ I ଏହି ଉଦ୍ଘାଟନୀ ଦିବସରେ ତେଜ ହୋଣ୍ଡା ସୋରୁମ ମାଲିକ ରାକେଶ କୁମାର ରାଉତ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପୂର୍ବତନ ନହରପାଳିକା ସବିତା ରାଉତ, ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଉଷାରାଣି ସାମଲ, ସୁଭାଷ ବଳ, କାଉନସିଲର ତପସ୍ୱିନୀ ଆଇଚ ଓ ମଞ୍ଜୁଲତା ପଣ୍ଡା ପ୍ରମୁଖ ଯୋଗଦେଇ ଆୟୋଜକ କାରୀ ଓ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଅର୍ପଣ କାରିଥିଲେ I 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !