ମହିଳା ଉଦ୍ୟୋଗୀମାନେ ନିର୍ଭିକ ଭାବେ ସ୍ଵପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ଵ ନିଅନ୍ତୁ – ରାଜ୍ୟପାଳ...
ଭୁବନେଶ୍ଵର, ତା୦୪/୦୫(ବ୍ୟୁରୋ ରିପୋର୍ଟ) : - ମହିଳା ଉଦ୍ୟୋଗୀମାନେ ନିର୍ଭିକ ଭାବେ ସ୍ଵପ୍ନ ଦେଖନ୍ତୁ, ସାହାସର ସହ ନିର୍ମାଣ କରନ୍ତୁ ଏବଂ ଗର୍ବର ସହ ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ମଇ ୪ତାରିଖ ଦିନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ଜାତୀୟ ମହିଳା ଏଂଟରପ୍ଲିନେଅରସିପ୍ କାଉନ୍ସିଲ ଆନୁକୂଲ୍ୟରେ ଭୁବନେଶ୍ଵର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମହିଳା ବାଣିଜ୍ୟ ମେଳା – ୨୦୨୫ର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଦେଇଛନ୍ତି । ଏହି ଅବସରରେ ବାଣିଜ୍ୟ ମେଳାରେ ଅଂଶ ଗ୍ରହଣକାରୀମାନଙ୍କର ଉତ୍ସାହ ଓ ସଫଳତାକୁ ପ୍ରଶଂସା କରି ରାଜ୍ୟପାଳ ନିଜ ଉଦ୍ବୋଧନରେ କହିଥିଲେ ଯେ, ଆମ୍ବ ମର୍ଯ୍ୟାଦା, ସୃଜନଶୀଳତା ଓ ସାହସର ସହ ମହିଳା ଉଦ୍ୟୋଗୀମାନେ ଭାରତର ବିକାଶ କାହାଣୀର ନୂତନ ଅଧ୍ୟାୟ ଲେଖୁଛନ୍ତି | ସେମାନଙ୍କୁ ଏ ଜାତିର ଗର୍ବ ଏବଂ ଭବିଷ୍ୟତ ପୀଢ଼ି ପାଇଁ ଆଲୋକବର୍ତିକା ଭାବେ ଅଭିହିତ କରି ଏକ ସମୃଦ୍ଧ ଏବଂ ସଶକ୍ତ ଭାରତର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ିବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ । ରାଜ୍ୟପାଳ କହିଥିଲେଯେ, ମହିଳାମାନେ ସର୍ବଦା ସ୍ରଷ୍ଟା, ଯନୁଶୀଳା ଏବଂ ସମାଜ ନିର୍ମାତା ହୋଇ ଆସିଛନ୍ତି । ଅଧୁନା, ସେମାନେ ବ୍ୟବସାୟ, ପ୍ରଯୁକ୍ତି ବିଦ୍ୟା, ବିକାଶ ଓ...