Posts

Showing posts from January 23, 2025

ମହାଗୀରି ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

Image
ଯାଜପୁର (ଦାନଗଦୀ) :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଲକ ରେ ଗଢିଉଠିଥିବା ଅଗ୍ରଣୀ ସାମ୍ବାଦିକ ସଂଘ " ମହାଗୀରି ପ୍ରେସ୍ କ୍ଲବ୍" ଆନୁକୂଲ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ପରାମର୍ଶ କ୍ରମେ ବନ୍ଧୁମିଳନ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅର୍ଗସ ନ୍ୟୁଜ୍ ଓଡ଼ିଶାର ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ମୁଖ୍ୟ ବକ୍ତା ଭାବରେ ଏସ୍ ୟୁ ଜେ, ଓଡିଶା ର ରାଜ୍ଯ ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଆଇ ଆଇ ଟି ପ୍ରୋଫେସର. ଭୁବନେଶ୍ଵର .ଦୁଃଖବନ୍ଧୁ ସାହୁ, ଶ୍ରୀଯୁକ୍ତ ଜୟନ୍ତ କୁମାର ତ୍ରିପାଠୀ. ୟୁନିଟ୍ ହେଡ୍ ଟାଟା ଷ୍ଟିଲ ଫାଉଣ୍ଡେସନ, ବ୍ରାହ୍ମଣୀପାଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସେଠୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାନଗଦୀ, ଶ୍ରୀଯୁକ୍ତ ଚିନ୍ତାମଣି ପାଢୀ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ସଦସ୍ୟ, ଜାତୀୟ ସାମ୍ବାଦିକ ୟୁନିଅନ, ନୂଆ ଦିଲ୍ଲୀ, ଶ୍ରୀଯୁକ୍ତ ଅବିନେଶ୍ଵର ଶତପଥୀ, ସାଧାରଣ ସମ୍ପାଦକ ଜିଲ୍ଲା ସାମ୍ବାଦିକ ସଂଘ, ଯାଜପୁର, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଧଳ, ସଭାପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, ଯାଜପୁର ଏବଂ ଟମକା ଥାନା ଅଧିକାରୀଣି ଶ୍ରୀମତୀ ପ୍ରମୋଦିନୀ ସାହୁ ଯୋଗଦେଇଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିମାନେ ଉଦଘାଟନ କରିଥିଲେ l ...