Posts

Showing posts from February 12, 2022

ଆଦିବାସୀ ସଂସ୍କୃତି ର ଯୁଗଜନ୍ମା ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି l

Image
  କଟକ:- ତା ୧୨/୦୨/୨୨ (ବ୍ୟୁରୋ ରିପୋର୍ଟ) :-କଟକ ଜ଼ିଲ୍ଲା ବାରଙ୍ଗ ଥାନା ଭାଲୁଙ୍କା ଶବର ସାହି ଠାରେ ନୀଳମାଧଵ ଙ୍କ ଅଦ୍ୟ ସେବକ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି l ଶବର ସମାଜର ସଂସ୍କୃତି,ଐତିହ୍ୟ,ଧାର୍ମିକ ବିଶ୍ୱାସ ର ସୁରକ୍ଷା ସଂରକ୍ଷଣ,ପୁନଃଉଦ୍ଧାର କରିବା ଉଧେଶ୍ୟ ରେ ରାଜ୍ୟର ବିଭିନ୍ନ ଜ଼ିଲ୍ଲା ରୁ ଆଦିବାସୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଆଦିବାସୀ ମାନେ ପାରମ୍ପରିକ ବେସାଭୂଷା ବାଦ୍ୟ ସହିତ ସାଂସ୍କୃତିକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରିଥିଲେ l  ଶୋଭାଯାତ୍ରା ପରେ ସର୍ବଧର୍ମ ସମନ୍ୱୟ ମହସିଦ୍ଧ ନୀଳପଦ୍ମ ଆଶ୍ରମ ର ଅଧକ୍ଷ ତଥା ଶ୍ରୀ ଟିକିବାବା ଆଦର୍ଶ ଶିକ୍ଷା ସଂସ୍ଥା ର ପ୍ରତିଷ୍ଠାତା ଶ୍ରୀ ଟିକି ବାବା ଙ୍କ ପୌରୋହିତ୍ୟରେ ପୂଜାର୍ଚନା କରି ନବ ନିର୍ମିତ ବିଶ୍ୱାବସୁ ଶବର ମହାରାଜା ଙ୍କ ପ୍ରତିମୂର୍ତ୍ତି କୁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଶୁଭ ଉଦଘାଟନ କରିଥିଲେ l ଶବର ମହାରାଜା ବିଶ୍ୱାବସୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଅଖିଳ ଭାରତୀୟ ଶବର ମହାସଂଘ ର ସଭାପତି ବାଳକୃଷ୍ଣ ଶବର,ଛତିଶଗଡ ଶବର ସମାଜର ମହାମନ୍ତ୍ରୀ ଓକିଲ ନାଗ , କେନ୍ଦ୍ରୀୟ ମହାମନ୍ତ୍ରୀ ସୌକିଲାଲ ଭୋଇ,ଜ଼ିଲ୍ଲା ଅଧ୍ୟକ୍ଷ ସୁରେଶ ମଲ୍ଲିକ,ବିଦ୍ୟାଧର ଦେହୁରୀ,ମୟୁର କବି ବାଳକୃଷ୍ଣ ନାଏକ,ଶରତ ନାଏକ,ପୂର୍ଣଚନ୍ଦ୍ର ନାଏକ,