Posts

Showing posts from December 15, 2021

ବିଧାୟକଙ୍କ ଦ୍ଵାରା ବେଲପଡା ବ୍ଳକ ର ମୁନାପାଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ର ଶୁଭାରମ୍ଭ ସହ ୭ ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
 ବଲାଙ୍ଗିର :- ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ର ବିଭିନ୍ନ ଗ୍ରାମକୁ ଆଜି ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଧାୟକ ଶ୍ରୀ ମେହେର ଙ୍କ କରମକଳରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ର ମୁନାପାଳୀ ଗ୍ରାମ ର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ କୁ ବିଧାୟକ ଶ୍ରୀ ମେହେର ଶୁଭାରମ୍ଭ କରିବା ସଙ୍ଗେ ବ୍ଳକ ର ବିଭିନ୍ନ ଗ୍ରାମକୁ ଯାଇ ୭ ଗୋଟି ପ୍ରକଳ୍ପ ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।  ଗ୍ରାମ କୁ ଯାଇ ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ମେହେର ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗ୍ରାମ ଗୁଡିକରେ ଲାଗି ରହିଥିବା ଅନେକ ସାମୁହିକ ସମସ୍ୟା ଅସୁବିଧା ବିଷୟରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ବିଜେଡି ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା ପୁରୁଷ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ)