ଟାଟା ଷ୍ଟିଲ୍ କଳିଙ୍ଗନଗରକୁ ସିଆଇଆଇ ଦ୍ବାରା ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍ଇ) ଉତ୍କର୍ଷ ପୁରସ୍କାର ପ୍ରଦାନ l
ଯାଜପୁର (କଳିଙ୍ଗନଗର) : - ସିଆଇଆଇର ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍ଇ) ଉତ୍କର୍ଷ ପୁରସ୍କାର ୨୦୨୨-୨୩ରେ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍) ପୂର୍ବାଙଳର ବୃହତ ମାନୁଫାକ୍ଚରିଂ ବର୍ଗରେ ପ୍ରତିଦ୍ବନ୍ଦିତା କରି ପ୍ରଥମ ଉପବିଜେତା ହୋଇଛି । ୨୦୨୩ ଅଗଷ୍ଟ ୨୨ ରେ ସିଆଇଆଇ ପୂର୍ବାଚଂଳ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ୍ ଅବସରରେ ଏହି ସୁରସ୍କାର ପ୍ରଦାନ କରାଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗ ନଗର ପକ୍ଷରୁ କଂପାନିର ସୁରକ୍ଷା ବିଭାଗର ମୁଖ୍ୟ ରବି ମିଶ୍ର, ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ, କୋଡ୍ ପ୍ଲାଟ୍ ଓ ବିସିପି ବିଭାଗର ସୁରକ୍ଷା ଏରିଆ ମ୍ୟାନେଜର ସତ୍ୟମ ଶିବମ୍ ସୁନ୍ଦରମ, ସିନିଅର ରେଜିଷ୍ଟ୍ରାର ଡକ୍ଟର ଆଲୋକ ମିଶ୍ର ଏବଂ ସୁରକ୍ଷା, କମ୍ପ୍ଲିଏନ୍ସ ଓ ଅଭିଟ୍ର ବିଭାଗର ମ୍ୟାନେଜର ସୁକାନ୍ତ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇସ୍) ପ୍ରଦର୍ଶନର ସାମଗ୍ରିକ ଲକ୍ଷ୍ୟ ହାସଲ କରିବା ଲାଗି ପରିବେଶ, ସ୍ବାସ୍ଥ୍ୟ ଓ ସୁରକ୍ଷା (ଇଏଚ୍ଏସ୍) ପ୍ରଫେସନାଲ୍ମାନେ କିଭଳି ସଂସ୍ଥାର ବୃତିଗତ ସ୍ଵାସ୍ଥ୍ୟ ଓ ସୁରକ୍ଷା (ଓଏଚ୍ଏସ୍) ପରିଚାଳନାକୁ ଆଗକୁ ବଢ଼ାଇପାରିବେ, ବିବିଧ ଭୂମିକାର ସହଯୋଗିତାକୁ ସମ୍ପ୍ରସାରଣ କରିପାରିବେ ଏବଂ ବ୍ୟାବହାରିକ ସଂସ୍କୃତିକୁ ବଦଳାଇପାରିବେ ତାହା ଉପରେ ବ...