ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜମିଦାର ସହିଦ ବୀର ମାଧୋ ସିଂ ବରିହାଙ୍କ ୧୬୫ତମ ସହିଦ ଦିବସ ପାଳିତ l
ବଲାଙ୍ଗିର(ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ହରିଶଙ୍କର ମନ୍ଦିର ତଥା ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଘେଁସ ଜମିଦାର ମାଧୋ ସିଂ ଙ୍କ ଜିଲ୍ଲା ସ୍ତରୀୟ ସହିଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଶାଳ ବିରତା ଦିବସ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଏବଂ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ବିଶାଳ ବିରତା ଦିବସ ମହୋତ୍ସବ ପାଳନ ରେ ଆଦିବାସୀ ମାନେ ପାରମ୍ପରିକ ବେସଭୁଷା ରେ ସଜ୍ଜିତ ହୋଇ ନୃତ୍ୟ ଗୀତ ତାଳେ ତାଳେ ପ୍ରଥମେ ନାନ୍ଦୁପଳା ଗ୍ରାମରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମହୋଦୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ପରେ ବିରତା ଦିବସ ମହୋତ୍ସବ ସଭାରେ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଜିଲ୍ଲାସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ସଭା ହୋଇଥିଲା l ଏହି ମହାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି...