ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜମିଦାର ସହିଦ ବୀର ମାଧୋ ସିଂ ବରିହାଙ୍କ ୧୬୫ତମ ସହିଦ ଦିବସ ପାଳିତ l

 ବଲାଙ୍ଗିର(ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ହରିଶଙ୍କର ମନ୍ଦିର ତଥା ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଘେଁସ ଜମିଦାର ମାଧୋ ସିଂ ଙ୍କ ଜିଲ୍ଲା ସ୍ତରୀୟ ସହିଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଶାଳ ବିରତା ଦିବସ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଏବଂ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ବିଶାଳ ବିରତା ଦିବସ ମହୋତ୍ସବ ପାଳନ ରେ ଆଦିବାସୀ ମାନେ ପାରମ୍ପରିକ ବେସଭୁଷା ରେ ସଜ୍ଜିତ ହୋଇ ନୃତ୍ୟ ଗୀତ ତାଳେ ତାଳେ ପ୍ରଥମେ ନାନ୍ଦୁପଳା ଗ୍ରାମରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମହୋଦୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ପରେ ବିରତା ଦିବସ ମହୋତ୍ସବ ସଭାରେ ଭାରତୀୟ ସ୍ୱାଲାଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଜିଲ୍ଲାସଭାପତି ଚନ୍ଦ୍ର ଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ସଭା ହୋଇଥିଲା l ଏହି ମହାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ୟାମ ସୁନ୍ଦର ଭୋଇ,ଜିଲ୍ଲା ବିଞ୍ଝାଲ ସମାଜ ସଭାପତି ଚନ୍ଦ୍ର ଶେଖର ବାଗ,ସର୍ବ ଭାରତୀୟ ସ୍ଵାଳlଖ ବିନ୍ଧ୍ୟ ବାସିନୀ ବିଂଝାଲ ସମାଜ ର ଲାଟ ସଭାପତି ହୃଷିକେଶ ବରିହା ,ଉପ ଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ,ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ର ଶେଖର ବରିହା,ପଟଣାଗଡ଼ ବ୍ଲକ ସଭାପତି ଭୁବନେଶ୍ୱର କୁଅଁର,ବେଳପଡ଼ା ବ୍ଲକ ସଭାପତି ରସିକ ଧରୁଆ,ବଲାଙ୍ଗୀର ବ୍ଲକ ସଭାପତି ପାଳେଶ୍ୱର ଭୋଇ,ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ,ସଇଁତଲା ବ୍ଲକ ସଭାପତି ସନ୍ତୋଷ ପୁଟା,ପଟଣାଗଡ଼ ବ୍ଲକ ସମ୍ପାଦକ ସାରଥୀ ବାଗ,ଖପ୍ରାଖୋଲ ବ୍ଲକ ସମ୍ପାଦକ ନାରାୟଣ କିଷାନ,ଧରମ ସିଂ ଧରୁଆ, ଉପସଭାପତି ଲକ୍ଷ୍ମୀ ଶବର, ସତ୍ୟଭାମା ମାଝୀ, ଯଦୁମଣି ବରିହା,ରଘୁନାଥ ସିଂ ବରିହା, କୁଶ ବରିହା, ପ୍ରମୁଖ ଉଦବୋଧନ ଦେଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ମହା ପରାକ୍ରମୀ, ବୀର ଯୋଦ୍ଧା ଆଦିବାସୀ ବିଂଝାଲ ଘେଁସ ଜମିଦାର ମାଧୋ ସିଂ, ତାଙ୍କ ପୁଅ କୁଞ୍ଜେଲ ସିଂ, ହଟେ ସିଂ, ବୈରୀ ସିଂ, ଐରୀ ସିଂ ଙ୍କ ବଳିଷ୍ଠ ବଳିଦାନ ଭାରତ ଇତିହାସ ରେ ଅତୁଳନୀୟ ବୋଲି ରାଜ୍ୟସଭା ସାଂସଦ ପ୍ରକାଶ କରିଥିଲେ l ଇଂରେଜ ମାନଙ୍କ ଅତ୍ୟାଚାର ଶାସନ ରୁ ଆଦିବାସୀ ପ୍ରଜା ସହିତ ଅନ୍ୟ ପ୍ରଜା ମାନଙ୍କୁ ସୁରକ୍ଷା ଦେବାରେ ମାଧୋ ସିଂ ନିର୍ଭୀକ ଭୂମିକା ଗ୍ରହଣ କରିଥିଲେ l ଯୁଗଜନ୍ମା କ୍ରାନ୍ତିବୀର ମାଧୋ ସିଂ ଆଦିବାସୀ ମାନଙ୍କ ଗର୍ବ ଗୌରବ ଏବଂ ପ୍ରେରଣା ର ଉତ୍ସ ବୋଲି ସାଂସଦ ଶ୍ରୀ ବିଶି ଉଦବୋଧନ ଦେଇଥିଲେ l ମାଟିଆଭଟା ଗାଁ ରେ ମାଧ ସିଂ ଅନେକ ସମୟରେ ରହୁ ଥିଲେ ତେଣୁ ଭାରତ ର ବରପୁତ୍ର ଙ୍କ ସ୍ମୃତି ସ୍ୱରୂପ ମାଟିଆଭଟା ଗାଁ ରେ ମାଧ ସିଂ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା କୁ ସାଂସଦ ଶ୍ରୀ ବିଶି ପ୍ରସ୍ତାବ ଦେଇଥିଲେ l ବରେଣ୍ୟ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ବୀର ସହିଦଙ୍କ ବୀର ଗାଥା ବିଷୟରେ ଗୁଣଗାନ କରିବା ସହ ତାଙ୍କ କାର୍ଯ୍ୟ ଶୈଳୀ ଓ ସଂଗ୍ରାମୀ ଜୀବନ ,ବଳିଦାନ କୁ ଅନୁକରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାକୁ ଗିରିରାଜ ଭୋଇ ପରିଚାଳନା କରିଥିବାବେଳେ ଧରମ ସିଂ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
Pleases Subcribe This Chanel 🙏https://youtube.com/@ritavisionnews7413?si=W2DbJmGn3Pcb7LN9

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !