ଓଡ଼ିଶା ଅଭିବୃଦ୍ଧିରେ ୯ ବର୍ଷ ଧରି ସକାରାତ୍ମକ ପ୍ରଭାବ ପକାଇଛି ଟାଟା ଷ୍ଟିଲ କଳିଙ୍ଗନଗର l
ଯାଜପୁର (କଳିଙ୍ଗନଗର) :- ଆଜିର ଦିନରେ ଟାଟା ଷ୍ଟିଲ କଳିଙ୍ଗ ନଗର କୁ ୯ ବର୍ଷ ପୁରିଲା । ୨୦୧୫ ନଭେମ୍ବର ୧୮ ରେ ଏହା ଉତ୍ସର୍ଗୀକୃତ ହୋଇଥିଲା । ଦୀର୍ଘ ୯ ବର୍ଷ ଧରି ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପ୍ଳାଣ୍ଟ ଓଡ଼ିଶାର ପ୍ରଗତିରେ ନିଜର ଯୋଗଦାନ ଜାରିରଖିଛି । ଭାରତର ଅନ୍ୟତମ ବୃହତ୍ତମ ଇସ୍ପାତ ପ୍ଳାଣ୍ଟ ଭାବେ ଏହି ଅତ୍ୟାଧୁନିକ ପ୍ଳାଣ୍ଟ, ଶିଳ୍ପ ବିକାଶର ପ୍ରମାଣ ଅଟେ । ଯାହା ନିରବଚ୍ଛିନ୍ନ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ଦାୟିତ୍ୱ ଏବଂ ପରିବେଶ ପରିଚାଳନା କୁ ସମନ୍ୱିତ କରୁଛି । କଳିଙ୍ଗନଗର ପ୍ଳାଣ୍ଟ କେବଳ ଏକ ଶିଳ୍ପ କମ୍ପେ୍ଲକ୍ସ ନୁହେଁ ; ଏହା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଅଙ୍ଗ ପାଲଟିଛି । ଟାଟା ଷ୍ଟିଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯଥେଷ୍ଟ ପୁଞ୍ଜିନିବେଶ କରିଛି । ଯାହା ଆଖପାଖ ଅଞ୍ଚଳର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଛି । ଟାଟା ଷ୍ଟିଲ କଳିଙ୍ଗନଗରର ସଫଳତା ଏହାର କର୍ମଚାରୀମାନଙ୍କ ମଧ୍ୟରେ ଗଭୀର ଭାବରେ ଜଡ଼ିତ । ଟାଟା ଷ୍ଟିଲର ‘ସେଫ୍ଟି ଫାଷ୍ଟ\' ନିୟମ ଏହା ସୁନିଶ୍ଚିତ କରେ ଯେ କର୍ମ କ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ବଜାୟ ରହିବ ଏବଂ କଳିଙ୍ଗନଗର ବିଶ୍ୱର ଅନ୍ୟତମ ସୁରକ୍ଷିତ ଇସ୍ପାତ ପ୍ଳାଣ୍ଟରେ ପରିଣତ ହେବ । ସ୍ଥ