Posts

Showing posts from June 18, 2021

ଇମ୍ଫା ଖଣିରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ I

Image
ଯାଜପୁର(ସୁକିନ୍ଦା) : ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ପକ୍ଷରୁ ଆପୋଲୋ ହସ୍ପିଟାଲ ସହଯୋଗରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ ଶୁକ୍ରବାର ମହାଗିରି କଲୋନୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନ୍ୟୁନ  ୩୩୦ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ କରାଯାଇଥିଲା l ଇମ୍ଫାର ବରିଷ୍ଠ ଉପ ସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସଞ୍ଜୀବ ଦାସ, ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ଇମ୍ଫା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକ ଡା. ଯୋଗୀ ଭାଷ୍କର ପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, ମାନବ ସମ୍ବଳ ପରିଚାଳକ ଗିରିଶ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ମାନବ ସମ୍ବଳ ବିଭାଗ କର୍ମଚାରୀମାନେ ପଞ୍ଜିକରଣ, ଟୀକାକରଣ ଆଦିରେ ସହାୟତା କରିଥିଲେ l ଏହି ଟୀକାକରଣରେ ସାମିଲ ହେବାପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, ଅଜୟ କୁମାର ପାଣ୍ଡେ, ମିଲନ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ l(ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Covid vaccination program at Imfa mine.  Jajpur (...