ଧଳା ଜହର ର ବେପାରୀ ବିଜେଡି ନେତ୍ରୀ ଗିରଫ I

(ନେତ୍ରୀ ରୁ ବ୍ୟବସାୟୀ ଝୁନୀ ପାତ୍ର) ଯାଜପୁର(ବ୍ୟାସନଗର) : - ଯାଜପୁରଜିଲ୍ଲା ଧଳା ଜହର ର ପେଣ୍ଠସ୍ଥଳୀ ପାଲଟି ଥିବା ଜଣା ପଡୁଛି l କାରଣ ଧଳା ଜହର ଓ ଚୋରା ମାଦକ ଦ୍ରବ୍ଯ ସାରା ଜିଲ୍ଲାରେ ନିର୍ଭର ରେ ବେପାର ଚାଲିଛି I ଏହି ବେପାର ପଛରେ ପ୍ରଭାବ ଶାଳୀ ବ୍ୟକ୍ତି ମାନେ ପଛଦପଟରେ ରହି ସାହସ ଦେଉଥିବା ସାଧାରଣରେ ଆଲୋଚନା ହେଉଛି l କିନ୍ତୁ ସ୍ଥାନୀୟ ଅବକାରୀ ବିଭାଗ ର ବାବୁମାନେ ବର୍ଷରେ ଗୋଟେ ଦୁଇଟି ଗରିବ ଆଦିବାସୀ ବା ଦେଶୀ ମଦ ଭାଟିରେ ପଶି ପଶି ନିଜର କର୍ତ୍ତବ୍ୟ ଶେଷ କରିଦିଅନ୍ତି l ଶାସାକ ଦଳର ୱାର୍ଡ ସଭାପତି ବୋଲାଉଥିବା ଜଣେ ବିଜେଡ଼ି ନେତ୍ରୀ ଧଳା ଜହର(ବ୍ରାଉନ ସୁଗାର) ବେପାରରେ ଲିପ୍ତ ଥିବା ସ୍ପଷ୍ଟ ହୋଇଛି l ଯାଜପୁର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳର ଡୋଲିପୁର ମିଟୁଆଣି ପୋଖରୀ ନିକଟରେ ରହୁଥିବାବିଜେଡ଼ି ନେତ୍ରୀ ଝୁନୀ ପାତ୍ର ଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହ ବିଜେଡି ନେତ୍ରୀ ଙ୍କୁ ଗିରଫ କରିଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରା ଯାଉଛି l କିଛି ଦିନ ତଳୁ ଅବକାରୀ ବିଭାଗର ଜିଲ୍ଲା ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ସୂଚନା ଉପରେ ଆଧାର କରି ଝୁନି ଙ୍କ ଫୋନ୍ ନମ୍ବର କୁ ଟ୍ରାକିଂ ରେ ରଖିଥିଲେ I ବାଲେଶ୍ୱର ରୁ ବି...