ସୁକିନ୍ଦା ସାହିତ୍ୟ ସମାଜ ସଭାପତିଙ୍କ ବିୟୋଗରେ ଶୋକ ସଭା l

ଶୋକସଭା ରେ ସୁକିନ୍ଦା ସାହିତ୍ୟ ସମାଜର ସଭ୍ଯ ବୃନ୍ଦ ଉପସ୍ଥିତ ସୁକିନ୍ଦା ସାହିତ୍ୟ ସମାଜ ସଭାପତିଙ୍କ ବିୟୋଗରେ ଶୋକ ସଭା ଯାଜପୁର (ସୁକିନ୍ଦା) :-ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି ରାଜ୍ୟପାଳ ପୁରସ୍କାର ଲାଭ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ନାୟକଙ୍କର ଗତ ୨୩ତାରିଖ ସନ୍ଧ୍ୟାରେ ତାଙ୍କ ହରିପୁର-ଜେମାଦେଇପୁର ବାସ ଭବନରେ ଦେହାନ୍ତ ହୋଇଯାଇଛି l ତାଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ଏକ ଶୋକସଭା କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ୨୪ ତାରିଖରେ ସୁକିନ୍ଦା ବିଦ୍ୟାନିକେତନ ପରିସରରେ ଆୟୋଜିତ ହୋଇଥିଲା l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପ ସଭାପତି ଲବଙ୍ଗଲତା ପରିଡ଼ା, ସହ ସମ୍ପାଦକ ଡ. ଦୟାନିଧି ଦାଶ, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସତ୍ତାର ସ୍ମୃତି ସଂସଦ ଅଧ୍ୟକ୍ଷ ଡ. ମଞ୍ଜୁର ଅଲ୍ଲୀ, କବି ଫକୀର ଚରଣ ଓଝା, ଶ୍ରୀନିବାସ ରାଉତ, ପଣ୍ଡିତ ନାରାୟଣ ଶତପଥି, ରଞ୍ଜନ ନାୟକ, ଅଲେଖ ପାଗଡ, ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ଫୋଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣକରି ଶ୍ରଦ୍ଧlଞ୍ଜଳି ଜ୍ଞାପନ କରିବାସହ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟି କରିବା ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନ କରିବା...