Posts

Showing posts from November 24, 2019

ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପରିଚୟପତ୍ର ବଣ୍ଟନ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କାଳିଆ ପାଣି ଥାନା ଅନ୍ତର୍ଗତ ଗରାମିଆଁ ଠାରେ, ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯାଇଛି l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳିଆପାଣି ଥାନା ଅଞ୍ଚଳରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ କାଳିଆପାଣି ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସହିତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ଙ୍କୁ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା l RITA vision News