Posts

Showing posts from March 1, 2023

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ସେନା ନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Image
RITA VISION NEWS By Umakanta Mohapatra ( କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ ସ୍ଥାନୀୟ ଯୁବବର୍ଗଙ୍କୁ ସମ୍ବୋଧନ କଲେ) ଯାଜପୁର (କଳିଙ୍ଗନଗର) ୧ ମାର୍ଚ୍ଚ ୨୦୨୩:- ଯାଜପୁରର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍‌ରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା । ଭାରତୀୟ ସେନାରେ ଯୋଗ ଦେବା ଲାଗି ୨୦୨୩ ମାର୍ଚ୍ଚ ଓ ଏପ୍ରିଲ୍‌ରେ ହେବାକୁ ଥିବା ନିଯୁକ୍ତି ଅଭିଯାନ ବିଷୟରେ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଧିବେଶନର ଲକ୍ଷ୍ୟ ଥିଲା ।ଏହି ଅଧିବେଶନରେ କଳିଙ୍ଗନଗର, ସୁକିନ୍ଦା ଓ ଆଖପାଖ ଅଂଚଳର ୩୦ରୁ ଅଧିକ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ କର୍ସେଲ୍ ହମିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀର ନିରାପତା ମୁଖ୍ୟ କର୍ଣ୍ଣେଲ ପ୍ରକାଶ ସଂଜୟ ଉପସ୍ଥିତ ଥିଲେ । ଏହି ଅଧିବେଶନରେ କର୍ଣ୍ଣେଲ ହମିନ୍ଦର ସିଂହ ଭାରତୀୟ ସେନାରେ ଯୋଗ ଦେବାର ବିଭିନ୍ନ ଦିଗ ଯଥା ଆବେଦନ ପ୍ରକ୍ରିୟା, ଯୋଗ୍ୟତା,ପରୀକ୍ଷାର ରୂପରେଖ, ଶାରିରୀକ ଫିଟ୍‌ନେସ୍,