Posts

Showing posts from May 3, 2025

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।

Image
ରାୟଗଡା ତା ୦୨/୦୫ (ବ୍ୟୁରୋ ରିପୋର୍ଟ ) :- ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଲକ୍ଷ୍ମୀପୁର ଗାଁ ନୂଆସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଦୁଇ ଦମ୍ପତି ଙ୍କ ଆତ୍ମହତ୍ୟା ଖବର ପାଇ ଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏଭଳି ହୃଦୟ ବିଦାରକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଦୁଇ ଦମ୍ପତି ହେଲେ ଶ୍ରୀୟା ବଡ଼ନାୟକ ( ୧୪ ) ଓ କେଦାର କୁସୁଲିଆ (୨୨) ଉଭୟ ୨ ବର୍ଷ ହେବ ପ୍ରେମ ବିବାହ କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ଅସ୍ପଷ୍ଟ ହୋଇଥିବା ବେଳେ ଉଭୟଙ୍କ ଘର ଲକ୍ଷ୍ମୀପୁର ଗାଁ ନୂଆସାହିର ବୋଲି ଜଣାପଡ଼ିଛି। ଏହି ଘଟଣାର ଖବର ପାଇ ଘଟଣା ସ୍ଥଳରେ ରାୟଗଡ଼ା ସାଇଣ୍ଟିଫିକ୍ ଟିମ୍ ସହିତ ମୁନିଗୁଡା ଏସଡିପିଓ ସନ୍ତୋଷି ଓରାମ୍ ଓ ଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣା ର ଅଧିକା ତଦନ୍ତ ଆରମ୍ଭ କରିଛି ପୋଲିସ ଏହା ର ପୋଷ୍ଟମର୍ଟମ ରିପୋର୍ଟ ରେ କୁ ନେଇ କେଉଁ କାରଣରୁ ଘଟଣା ଘଟିଛି ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି।

ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ।

Image
ପାଟଣାଗଡ (ବ୍ୟୁରୋ ରିପୋର୍ଟ):- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଙ୍ଗରିଆ ଥପାପଡା ଠାରେ ଦ୍ଵିତୀୟ ବର୍ଷ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ମହାସମାରୋହରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି ।ବୈଶାଖ ମାସର ୩୦ ତାରିଖ ଗୁରୁବାର ପୂର୍ଣ୍ଣ କଳଶ ସ୍ଥାପନ ସହ ଅପରାହ୍ନରେ ୩ .୩୦ ନାମରମ୍ଭ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ବର୍ଷ ନାମଯଜ୍ଞରେ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏଥିରେ ୭ଟି ସଙ୍କୀର୍ତ୍ତନ ଦଳ ଭବାନୀ ଶଙ୍କର ସଂକିର୍ତ୍ତନ ଦଳ ଚଙ୍ଗରିଆ, ରାଧାକୃଷ୍ଣ ମହିଳା ସଂକିର୍ତ୍ତନ ଦଳ ତରାଗାଁ , ଦନ୍ଦରାବାହାଲ ସଂକିର୍ତ୍ତନ ଦଳ, ଜୟ ମାଁ ତାରିଣୀ ମହିଳା ସଂକିର୍ତ୍ତନ ଦଳ ଚକାମାଳ, ରାଧାକୃଷ୍ଣ ସଂକିର୍ତ୍ତନ ଦଳ ଖେମେଡ ଖାର ,ଲୁହାଖାନ ସଂକିର୍ତ୍ତନ ଦଳ ଯୋଗଦେଇ ସଂକିର୍ତ୍ତନ ପରିବେଷଣ କରିଥିବା ବେଳେ ବିପିନ ମେହେର ଓ ତାଙ୍କ ଧର୍ମପତ୍ନୀ ସୈଲେନ୍ଦ୍ରୀ ମେହେର ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ଡୋଲାମଣି ରଥ ଓ ନୀଳମଣି ରଥ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅଖଣ୍ଡ ଅଷ୍ଟପ୍ରହରୀ ନାମ ଯଜ୍ଞ ଥପାପଡା ଙ୍କ ତତ୍ତ୍ୱାବଧାନ ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ନାମଯଜ୍ଞ ପରିଚାଳନା କମିଟି ସଭାପତି ଲଲିତ ବାଗ , ଗୋପିନାଥ ଦଣ୍ଡସେନା, ହେମ ସାଗର ରଥ , ନବିନ ଧରୁଆ, ସଂପାଦକ ଦୟାମୟ ଥପା, ଗୌରଚନ୍ଦ୍ର ବଗାର, ମିଥୁନ ବାଗ, ନେପାଳ ବାଗ, କ...