Posts

Showing posts from March 25, 2020

ସମାଜିକ ବାର୍ତ୍ତା ଦେଲେ ଯୁବ ସମାଜ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
*ଯୁବ ବିଂଝାଲ ସମାଜ ସଂଘ, ନୂଆପଡ଼ା* ବ୍ୟୁରୋ ରିପୋର୍ଟ (ନୂଆପଡ଼ା) - ଗତ ୨୩ ତାରିଖ ରବିବାର ଦିନ ସକାଳ ୧୦:୦୦ ଘ. ସମୟ ରେ ଗ୍ରାମ ଗୁଣ୍ଡରୁଝର ଠାରେ ଏକ ସାର୍ବଜନିକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକ ରେ ନୂଆପଡ଼ା ଜିଲ୍ଲା ସମସ୍ତ ବ୍ଲକର ଯୁବ ବିଂଝାଲ ଯୁବକ,ଯୁବତୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ଏହି ବୈଠକରେ ଶ୍ରୀ ଯୁକ୍ତ ତୁଳସୀ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମାଜିକ ସୁରକ୍ଷା,ଭେଦଭାବ,ପରମ୍ପରା ରିତି,ଝିଅ ମାନଙ୍କୁ ଅଗ୍ରାଧିକାର, ସାମାଜିକ ସଚେତନତା ଓ ବିଂଝାଲ ସମାଜର ଯୁବକ ଯୁବତୀ ମାନଙ୍କର ସ୍ବାକ୍ଷରତା ହାର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ସଂପାଦକ ବାବୁଲାଲ ବରିହା, କୋଷାଧ୍ୟକ୍ଷ ମୋତିରାମ ବରିହା, ବିବେକ ରଞ୍ଜନ ବରିହା, ବିଜୟ ବରିହା,ସନତରାମ ବରିହା, ନନ୍ଦଲାଲ ବରିହା,ଲଭ ବରିହା,ସକୁର ବରିହା,ସତ୍ଯବତି ବରିହା,ସୁମିତ୍ରା ବରିହା ଉପସ୍ଥିତ ଥିଲେ ।

ବିଭତ୍ସ ହତ୍ଯାକାଣ୍ଡ ମାମଲାରେ ଦୁଇ ଜଣ ଗିରଫ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର /ଦାନଗଦି - ପିଉସା ର ଟାଙ୍ଗିଆ ଚୋଟରେ ପୁତୁରା ମୃତ୍ୟୁ ଓ ଝିଆରୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମର ଘଟଣା l ପିଉସା ମୋହନ ମହାନ୍ତ (୫୮)ଓ ପିଉସୀ ମାଳତୀ (୫୫) ନିଜର ପୁତୁରା ଓ ଝିଆରୀ ସ୍ଵର୍ଗତ ଚନ୍ଦ୍ରମଣି ମହାନ୍ତ ଙ୍କ ପୁଅ ମନ୍ମଥ ( ୩୦) ଓ ଭଉଣୀ ସବିତା କୁ ମଙ୍ଗଳ ବାର ସକାଳୁ ନିଜ ଘରକୁ ଡାକିଥିଲେ l କୌଣସି କାରଣରୁ ପିଉସା ଓ ପୁତୁରା ଙ୍କ ମଧ୍ୟରେ ବଚସା ହୋଇଥିଲା ହେଁ ପିଉସା ଓ ପିଉସୀ ମିଶି ଭାଇ ଭଉଣୀ ଦୁହିଁଙ୍କ ଉପରେ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ l ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ପୁତୁରା ର ମୃତ୍ୟୁ ଘଟିଥିଲା ବେଳେ ଝିଆରୀ ସବିତା ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା l ଟମକା ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଓ ଏସ୍ ଆଇ ଏମ୍ ଡି ସୂରଜ ପୋଲିସ୍ ଟିମ୍ ସହ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି l ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମଧ୍ଯ ଉପସ୍ଥିତ ରହି ତଦନ୍ତ ପାଇଁ ଆଦେଶ ଦେଇଥିଲେ l ଏହି ଘଟଣାରେ ପିଉସା ମୋହନ ଓ ପିଉସୀ ମାଳତୀ କୁ ପୋଲିସ୍ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରି କୋର୍ଟଚାଲାଣ କରିଛି l