ବିଭତ୍ସ ହତ୍ଯାକାଣ୍ଡ ମାମଲାରେ ଦୁଇ ଜଣ ଗିରଫ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

ଯାଜପୁର /ଦାନଗଦି - ପିଉସା ର ଟାଙ୍ଗିଆ ଚୋଟରେ ପୁତୁରା ମୃତ୍ୟୁ ଓ ଝିଆରୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି l
ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଟମକା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମର ଘଟଣା l
ପିଉସା ମୋହନ ମହାନ୍ତ (୫୮)ଓ ପିଉସୀ ମାଳତୀ (୫୫) ନିଜର ପୁତୁରା ଓ ଝିଆରୀ ସ୍ଵର୍ଗତ ଚନ୍ଦ୍ରମଣି ମହାନ୍ତ ଙ୍କ ପୁଅ ମନ୍ମଥ ( ୩୦) ଓ ଭଉଣୀ ସବିତା କୁ ମଙ୍ଗଳ ବାର ସକାଳୁ ନିଜ ଘରକୁ ଡାକିଥିଲେ l କୌଣସି କାରଣରୁ ପିଉସା ଓ ପୁତୁରା ଙ୍କ ମଧ୍ୟରେ ବଚସା ହୋଇଥିଲା ହେଁ ପିଉସା ଓ ପିଉସୀ ମିଶି ଭାଇ ଭଉଣୀ ଦୁହିଁଙ୍କ ଉପରେ ଟାଙ୍ଗିଆ ରେ ଆକ୍ରମଣ କରିଥିଲେ l ଟାଙ୍ଗିଆ ଚୋଟରେ ଘଟଣା ସ୍ଥଳରେ ପୁତୁରା ର ମୃତ୍ୟୁ ଘଟିଥିଲା ବେଳେ ଝିଆରୀ ସବିତା ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା l ଟମକା ଥାନା ଅଧିକାରିଣୀ ସଂଘମିତ୍ରା ନାୟକ ଓ ଏସ୍ ଆଇ ଏମ୍ ଡି ସୂରଜ ପୋଲିସ୍ ଟିମ୍ ସହ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି l ଘଟଣା ସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ମଧ୍ଯ ଉପସ୍ଥିତ ରହି ତଦନ୍ତ ପାଇଁ ଆଦେଶ ଦେଇଥିଲେ l ଏହି ଘଟଣାରେ ପିଉସା ମୋହନ ଓ ପିଉସୀ ମାଳତୀ କୁ ପୋଲିସ୍ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରି କୋର୍ଟଚାଲାଣ କରିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !