ଦାନଗଦୀ ବ୍ଲକରେ ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମନ୍ତ୍ରୀ l

ଯାଜପୁର (କଳିଙ୍ଗନଗର) :- " ଶିକ୍ଷକ ମାନେ ହେଲେ ସମାଜ ସଂସ୍କାରକ । ଶିକ୍ଷକ ମାନେ ଭବିଷ୍ୟତ ପିଢୀ ନିର୍ମାଣର ବିନ୍ଧାଣି । ସମାଜରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସ୍ଥାନ ସ୍ୱତନ୍ତ୍ର । ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସମାଜରେ ସଂସ୍କାର ଆସିପାରୁଛି" ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ସୁକିନ୍ଦାରେ କିଛିଦିନ ତଳେ ଆୟୋଜିତ ହୋଇଥିବା ଗୁରୁ ହିଁ ସାକ୍ଷାତ ଈଶ୍ୱର କାର୍ଯ୍ୟକ୍ରମ ଆଜି ଦାନଗଦି ବ୍ଲକରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଅଞ୍ଚଳର ବିକାଶ ସହିତ ସୁକିନ୍ଦା ଓ ଦାନଗଦି ବ୍ଲକ ରେ ସ୍କୁଲ ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି ମନ୍ତ୍ରୀ । ଆଜି ଏହି ନିଆରା କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଦାନଗଦୀ ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସହ ବିଚାର ବିମର୍ଷ କରି ସେମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ସହିତ ବିଭିନ୍ନ ପରାମର୍ଶ ମଧ୍ୟ ଦେଇଛନ୍ତି । ଶିକ୍ଷକ, ପ୍ରଶାସନ ଏବଂ ଜନ-ପ୍ରତିନିଧିଙ୍କ ସାମୂହିକ ଉଦ୍ୟମରେ ସ୍କୁଲ ଶିକ୍ଷାର ମାନ କିପରି ବୃଦ୍ଧି ପାଇବ, ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷ...