ଢେଙ୍କାନାଳ ସିମା ଅଞ୍ଚଳରେ ହାତୀ ପଲ ଦେଖି ସୁକିନ୍ଦା ବନବିଭାଗ ଚଳଚଞ୍ଚଳ।

ଯାଜପୁର(ସୁକିନ୍ଦା) :- ଜିଲ୍ଲାର ସୁକିନ୍ଦା ଖଣିଅଞ୍ଚଳ ସିମାବର୍ତ୍ତୀ ଭୂବନ ବ୍ଲକ ର ଅନଳ , ଓଡିଶ , ଦର୍ଜନି , ମଝିପାଳ, ସୁକିନ୍ଦା ବ୍ଲକ ର କାଙ୍କଡପାଳ, ଭାଲୁକିପାତଳା ଗ୍ରାମ ରେ ଏବେ ହାତୀ ଭୟ । ୧୦ ଟିକିଆ ହାତୀ ପଲ୍ଲ ବର୍ତ୍ତମାନ ଅନଳ ଓ ଦର୍ଜନି ମଝିପାଳ ରେ ଥିବା ସୂଚନା ମିଳିଛି । ଡ୍ରୋନ୍ କ୍ୟାମେରା ରେ ହାତୀ ଗଣତି କରାଯିବା ସହିତ ହାତୀ ପଲଙ୍କ ଗତୀବିଧି ଉପରେ ନଜର ରଖାଯାଇଛି । ସୂଚନା ମୁତାବକ ରେଙ୍ଗାଲି କେନାଲ ଯୋଗଁ ହାତୀପଲ ସୁକିନ୍ଦା କୁ ଆସିପାରି ନାହାନ୍ତି । ଅନଳ ସ୍ମସାନ ରେ ଆଜି ଦିନ ତମାମ୍ ଥିବା ବେଳେ ଭାଲୁକିପାତଳା ରେ ସୁକିନ୍ଦା ରେଞ୍ଜର ବିପିନି ବିହାରୀ ରାଉତରାୟଙ୍କ ନିର୍ଦେଶ କ୍ରମେ ଫରେଷ୍ଟର ନରେଶ କୁମାର ଟୁଡୁ, ଏମ୍ ଡି ସାକିର୍ ହୁସେନ୍, ଇପ୍ସିତ୍ ରାଏ ନାୟକ, ଗୌରାଙ୍ଗ ଜାରିକା, ନବ କୁମାର ବେହେରା,ଙ୍କ ସମେତ ୧୫ ଜଣ ପ୍ରୋଟେକ୍ସନ ସ୍କ୍ୱାର୍ଡ ଉପସ୍ଥାପିତ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁକିନ୍ଦା ସୀମା କୁ ଜଗି ରହିଥିବା ସୂଚନା ଦେଇଛନ୍ତି ରେଞ୍ଜର I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !