Posts

Showing posts from January 14, 2023

ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ କୁ ସରକାର ଙ୍କ ଦୃଷ୍ଟି ପଡିବ କେବେ? ଦିବ୍ୟାଙ୍ଗ ଙ୍କୁ ସରକାରଙ୍କ ଅଣଦେଖା l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅନାଦି ଚରଣ ଦାସ ପ୍ରାଣପ୍ରତିଷ୍ଠାତା, ସଭାପତି ବାଇଧର ଦାସ, ଉପସଭାପତି ଭରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୟାଧର ସେଠି ଙ୍କ ତତ୍ୱାବଧାନ ରେ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା l ୧୯୮୬ ମସିହା ରେ ସ୍ଥାପନ ହୋଇ ୧୯୮୮ ମସିହା ରେ ରେଜିଷ୍ଟେସନ(ପଞ୍ଜୀକରଣ) ହୋଇଥିଲା I ଏହି ସ୍କୁଲ ଟି ବର୍ତ୍ତମାନ ଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ l ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ର ବିଭିନ୍ନ ପ୍ରାନ୍ତର ରୁ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ନେଇ ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଛି l ପିଲାମାନେ ଏଠାରେ ଶିକ୍ଷା ଲାଭ କରି ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାର ପ୍ରମାଣ ରହିଛି l ୨୦୧୧ ମସିହା ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାରକୁ ନେଇ ୨୦୧୬ ମସିହା ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା l ୧୮/୦୯/୨୦୧୯ ରେ ତତ୍କାଳୀନ ଭୁବନେଶ୍ୱର ମେୟର ଓ ସାମାଜିକ ଅଧ୍ୟକ୍ଷା ସୁଲୋଚନା ଦାସ ଅନୁସନ୍ଧାନ କଲା ପରେ ଆର ପି ଡବ୍ଲୁ ଆକ୍ଟ ରେ ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍କୁଲ ସରକାରୀ ଅନୁଦାନ ରୁ ବଞ୍ଚିତ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାର ତେର ବର୍ଷ ଶିକ୍ଷାଦାନ

ଇମାମି (ନୋଭାକ୍) ସିମେଣ୍ଟ କାରଖାନା ଶ୍ରମିକ ର ମୃତ ଦେହ ଟାଟା ରେଳଧାରଣା ନିକଟରୁ ଉଦ୍ଧାର l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯାଖପୁରା ଥାନା ନିକଟବର୍ତ୍ତୀ ଟାଟା ରେଳଧାରାଣାରେ କଡ଼ରୁ ବିହାର ରାଜ୍ୟର ସୁମିତ୍ କୁମାର ଯାଦବ(୩୦) ର ମୃତ ଦେହ ଉଦ୍ଧାର କରିଛି ଯଖପୁରା ପୋଲିସ୍ । ସୁମିତ୍ ଇମାମି ବା ନୋଭାକ୍ ସିମେଣ୍ଟ କାରଖାନା ରେ ସିମେଣ୍ଟ ପ୍ୟକିଙ୍ଗ ଅପରେଟର ଭାବେ କାମ କରୁଥିଲା। ଗତ କାଲି ରାତିରେ ସେ ନିଜର କାର୍ଯ୍ୟ କରିବାକୁ ଯାଇଥିବାବେଳେ କୌଣସି କାରଣରୁ ସିମେଣ୍ଟ କାରଖାନା ର ସୁରକ୍ଷା କର୍ମଚାରୀ ତାକୁ କାରଖାନା ଭିତରକୁ ଯିବାକୁ ଦେଇନଥିଲେ।ସେଥିରେ ସେ ନିରାଶ ହୋଇ ଫେରିଥିଲା। ତା ପରେ ବିଳମ୍ବିତ ରାତିରେ ସୁମୀତ୍ ର ମୃତ ଦେହ ଟାଟା ରେଳଧାରଣାରେ ଦେଖିବାକୁ ମିଳିଥିଲା।ମୃତ୍ୟୁ ଘଟିଥିବା ସ୍ଥାନର ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ତାହା ସନ୍ଦେହ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ମୃତ ଶରୀର ନିକଟରୁ ଜଖପୁରା ପୋଲିସ ଏକ ମୋବାଇଲ ଜବତ କରିଛି।ସୁମିତ୍ ମୃତ୍ୟୁର ଅନେକ ସମୟ ପରେ ମଧ୍ୟ ନିକଟରେ ଥିବା ଇମାମି ବା ନୋଭାକ ସିମେଣ୍ଟ କାରଖାନା ରୁ କୌଣସି ଅଧିକାରୀ ଶବ ଚିହ୍ନଟ କରିବାକୁ ଆସିନଥିଲେ। ଯାହା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।ଯାଖପୁରା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନାକୁ ପଠାଇଦେଇଛି। ଥାନା କେସ୍ ନଂ ୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଏହି ଘଟଣାର ତଦନ୍ତ କରି

ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନୁଗୁଳ ଆରଟିଓ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମୁଖରୁ ଏକ ସଚେତନତା ରାଲି ବାହାରି ଲୋକ ମାନଙ୍କୁ ଲିପ୍ ଲେଟ୍ ଦେଇ ସମସ୍ତଙ୍କୁ ସଚେତନତା କରି ପାଲା ମଣ୍ଡପ, ଶିଶୁ ଉଦ୍ୟାନ ଛକ, ଥାନା ଛକ ହୋଇ ପୁଣି ସେହି ଜଗନ୍ନାଥ ମନ୍ଦିର ସମ୍ମୁଖକୁ ବିଶ୍ୱାଳ ରାଲି ପହଞ୍ଚିଥିଲା। ଏହି ରାଲିରେ ଅନୁଗୋଳ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ  ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କମିଶନର ଟ୍ରାନ୍ସପୋର୍ଟ ନର୍ଥ ସେଣ୍ଟାଲ ଜୋନ୍ ସମୀର କୁମାର ଦଳେଇ, ଅନୁଗୋଳ ଆରଟିଓ ନିଖିଲ କୁମାର ପଟ୍ଟନାୟକ, ଜୁନିୟର୍ ଏ ମ.ଭି.ଆଇ. କେ. ଦିବ୍ୟଜ୍ୟୋତି ମହାନ୍ତ, ଟ୍ରାଫିକ୍ ଇନସପେକ୍ଟର ସୁମନ୍ତ ସେଠି, ପିଡି ଓ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲା। ଅନୁଗୋଳ ଆରଟିଓ କର୍ମଚାରୀ ଗଗନ ପରିଜା, ନାରାୟଣ ବେହେରା, ଶାନ୍ତନୁ ସାହୁ, ଦାମୋଦର ନାୟକ ସୌମ୍ୟ ରଞ୍ଜନ ମହାପାତ୍ର, ରଞ୍ଜିତ ବେହେରା, ସୁଧାଂଶୁ ସାହୁ, ଦୀପ୍ତିସ୍ ଦେହୁରୀ, ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।