ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ କୁ ସରକାର ଙ୍କ ଦୃଷ୍ଟି ପଡିବ କେବେ? ଦିବ୍ୟାଙ୍ଗ ଙ୍କୁ ସରକାରଙ୍କ ଅଣଦେଖା l

ଭଦ୍ରକ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅନାଦି ଚରଣ ଦାସ ପ୍ରାଣପ୍ରତିଷ୍ଠାତା, ସଭାପତି ବାଇଧର ଦାସ, ଉପସଭାପତି ଭରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୟାଧର ସେଠି ଙ୍କ ତତ୍ୱାବଧାନ ରେ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା l ୧୯୮୬ ମସିହା ରେ ସ୍ଥାପନ ହୋଇ ୧୯୮୮ ମସିହା ରେ ରେଜିଷ୍ଟେସନ(ପଞ୍ଜୀକରଣ) ହୋଇଥିଲା I ଏହି ସ୍କୁଲ ଟି ବର୍ତ୍ତମାନ ଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ l ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ର ବିଭିନ୍ନ ପ୍ରାନ୍ତର ରୁ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ନେଇ ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଛି l ପିଲାମାନେ ଏଠାରେ ଶିକ୍ଷା ଲାଭ କରି ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାର ପ୍ରମାଣ ରହିଛି l ୨୦୧୧ ମସିହା ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାରକୁ ନେଇ ୨୦୧୬ ମସିହା ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା l ୧୮/୦୯/୨୦୧୯ ରେ ତତ୍କାଳୀନ ଭୁବନେଶ୍ୱର ମେୟର ଓ ସାମାଜିକ ଅଧ୍ୟକ୍ଷା ସୁଲୋଚନା ଦାସ ଅନୁସନ୍ଧାନ କଲା ପରେ ଆର ପି ଡବ୍ଲୁ ଆକ୍ଟ ରେ ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍କୁଲ ସରକାରୀ ଅନୁଦାନ ରୁ ବଞ୍ଚିତ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାର ତେର ବର୍ଷ ଶିକ୍ଷାଦାନ କଲା ପରେ ମଧ୍ୟ ଅନୁଦାନ ରୁ ବଞ୍ଚିତ l ଭଦ୍ରକ ଜିଲ୍ଲାର ଗୋଟିଏ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ଏ ପର୍ଯ୍ୟନ୍ତ ସରକାର ଙ୍କ ଦୃଷ୍ଟି ପଡିପାରୁନାହିଁ l ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ ଦିବ୍ୟାଙ୍ଗ ଙ୍କ ପାଇଁ କେତେ ଯତ୍ନଶୀଳ l କେବେ ସରକାର ଙ୍କ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !