ଇମାମି (ନୋଭାକ୍) ସିମେଣ୍ଟ କାରଖାନା ଶ୍ରମିକ ର ମୃତ ଦେହ ଟାଟା ରେଳଧାରଣା ନିକଟରୁ ଉଦ୍ଧାର l

ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯାଖପୁରା ଥାନା ନିକଟବର୍ତ୍ତୀ ଟାଟା ରେଳଧାରାଣାରେ କଡ଼ରୁ ବିହାର ରାଜ୍ୟର ସୁମିତ୍ କୁମାର ଯାଦବ(୩୦) ର ମୃତ ଦେହ ଉଦ୍ଧାର କରିଛି ଯଖପୁରା ପୋଲିସ୍ । ସୁମିତ୍ ଇମାମି ବା ନୋଭାକ୍ ସିମେଣ୍ଟ କାରଖାନା ରେ ସିମେଣ୍ଟ ପ୍ୟକିଙ୍ଗ ଅପରେଟର ଭାବେ କାମ କରୁଥିଲା। ଗତ କାଲି ରାତିରେ ସେ ନିଜର କାର୍ଯ୍ୟ କରିବାକୁ ଯାଇଥିବାବେଳେ କୌଣସି କାରଣରୁ ସିମେଣ୍ଟ କାରଖାନା ର ସୁରକ୍ଷା କର୍ମଚାରୀ ତାକୁ କାରଖାନା ଭିତରକୁ ଯିବାକୁ ଦେଇନଥିଲେ।ସେଥିରେ ସେ ନିରାଶ ହୋଇ ଫେରିଥିଲା। ତା ପରେ ବିଳମ୍ବିତ ରାତିରେ ସୁମୀତ୍ ର ମୃତ ଦେହ ଟାଟା ରେଳଧାରଣାରେ ଦେଖିବାକୁ ମିଳିଥିଲା।ମୃତ୍ୟୁ ଘଟିଥିବା ସ୍ଥାନର ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ତାହା ସନ୍ଦେହ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।ମୃତ ଶରୀର ନିକଟରୁ ଜଖପୁରା ପୋଲିସ ଏକ ମୋବାଇଲ ଜବତ କରିଛି।ସୁମିତ୍ ମୃତ୍ୟୁର ଅନେକ ସମୟ ପରେ ମଧ୍ୟ ନିକଟରେ ଥିବା ଇମାମି ବା ନୋଭାକ ସିମେଣ୍ଟ କାରଖାନା ରୁ କୌଣସି ଅଧିକାରୀ ଶବ ଚିହ୍ନଟ କରିବାକୁ ଆସିନଥିଲେ। ଯାହା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।ଯାଖପୁରା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନାକୁ ପଠାଇଦେଇଛି। ଥାନା କେସ୍ ନଂ ୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଏହି ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି I

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !