ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l

ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନୁଗୁଳ ଆରଟିଓ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମୁଖରୁ ଏକ ସଚେତନତା ରାଲି ବାହାରି ଲୋକ ମାନଙ୍କୁ ଲିପ୍ ଲେଟ୍ ଦେଇ ସମସ୍ତଙ୍କୁ ସଚେତନତା କରି ପାଲା ମଣ୍ଡପ, ଶିଶୁ ଉଦ୍ୟାନ ଛକ, ଥାନା ଛକ ହୋଇ ପୁଣି ସେହି ଜଗନ୍ନାଥ ମନ୍ଦିର ସମ୍ମୁଖକୁ ବିଶ୍ୱାଳ ରାଲି ପହଞ୍ଚିଥିଲା। ଏହି ରାଲିରେ ଅନୁଗୋଳ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ  ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କମିଶନର ଟ୍ରାନ୍ସପୋର୍ଟ ନର୍ଥ ସେଣ୍ଟାଲ ଜୋନ୍ ସମୀର କୁମାର ଦଳେଇ, ଅନୁଗୋଳ ଆରଟିଓ ନିଖିଲ କୁମାର ପଟ୍ଟନାୟକ, ଜୁନିୟର୍ ଏ ମ.ଭି.ଆଇ. କେ. ଦିବ୍ୟଜ୍ୟୋତି ମହାନ୍ତ, ଟ୍ରାଫିକ୍ ଇନସପେକ୍ଟର ସୁମନ୍ତ ସେଠି, ପିଡି ଓ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲା। ଅନୁଗୋଳ ଆରଟିଓ କର୍ମଚାରୀ ଗଗନ ପରିଜା, ନାରାୟଣ ବେହେରା, ଶାନ୍ତନୁ ସାହୁ, ଦାମୋଦର ନାୟକ ସୌମ୍ୟ ରଞ୍ଜନ ମହାପାତ୍ର, ରଞ୍ଜିତ ବେହେରା, ସୁଧାଂଶୁ ସାହୁ, ଦୀପ୍ତିସ୍ ଦେହୁରୀ, ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !