Posts

Showing posts from January 27, 2024

"ଉଦୟବଟ" ପକ୍ଷରୁ ସ୍ଵତନ୍ତ୍ରତା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର): - ସ୍ଥାନୀୟ ବ୍ୟାସନଗରର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ୨୬ ତାରିଖ ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କୋରାଇ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଟ ସମାଜସେବୀ ରାମଚନ୍ଦ୍ର ବାରିକ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣୀ ନୃସିଂହ ଚରଣ ବଳ, ଯୁବ ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଏନ.ସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାସ, ବରିଷ୍ଟ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉ