"ଉଦୟବଟ" ପକ୍ଷରୁ ସ୍ଵତନ୍ତ୍ରତା ଦିବସ ପାଳିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର): - ସ୍ଥାନୀୟ ବ୍ୟାସନଗରର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ୨୬ ତାରିଖ ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ କୋରାଇ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଟ ସମାଜସେବୀ ରାମଚନ୍ଦ୍ର ବାରିକ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟକିରାଣୀ ନୃସିଂହ ଚରଣ ବଳ, ଯୁବ ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଏନ.ସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାସ, ବରିଷ୍ଟ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ସାରଗର୍ଭକ ଭାଷଣ ରଖିଥିଲେ ।ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ବିଦ୍ୟୁତ୍‌ପ୍ରଭା ରାୟ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ହରଦୟାଲ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ପ୍ରଫୁଲ୍ଲ ବାରିକ, ପ୍ରଦୀପ କୁମାର ବାରିକ, ରମେଶ ଦାସ, ସୁମନ ରାୟ, ନରହରି ବେହେରା, ସୁମିତ୍ରା ମିଶ୍ର, ଗୁଡ଼ି ସୂତାର, ମମତା ଦାଶ, ସ୍ୱର୍ଣ୍ଣଲତା ଜେନା, ତିଳୋତମା ମହାନ୍ତି, ଜ୍ୟୋତ୍ସାରାଣୀ ଦତ, ନିଳେନ୍ଦ୍ରି ନାୟକ, ରେଣୁକା ରାଉତ, କାଂଚନ ନାୟକ, ଗୋଲାପ ମଲ୍ଲିକ, ସୁଜାତା ଜେନା, ନିରୋଦ ବେହେରା, ସମୀର ମିଶ୍ର, ସୋନୁ ସିଂହ, ମନୁ ସିଂହ, କାଳନ୍ଦି ବାରିକ, ସୁମତି ବାରିକ, ଭାରତୀ ବେହେରା, ଆରତୀ ବାରିକ, ମିଟି ମହାରଣା, ଭାରତୀ ବିଶ୍ୱାଳଙ୍କ ସମେତ ବହୁ ଛାତ୍ରଛାତ ଯୋଗଓ ଅଭିଭାବକମାନେ  ଦେଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !