ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଶିଶୁ ବିକାଶ ଓ ସୁରକ୍ଷା ଯୋଜନା ବିଫଳ!

ବ୍ୟୁରୋ ରିପୋର୍ଟ :- ସରକାର ସମାଜର କଲ୍ୟାଣ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି l ଏହା ଭିତରେ ଅଛି ଶିଶୁ ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଯୋଜନା I ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସରକାରୀ ସ୍ତରରେ କିଛି ଏନ୍.ଜୀ.ଓ .( non-governmental organization ) କୁ ଦାୟିତ୍ଵ ଦିଆଯାଇଛି l ପ୍ରକୃତରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସର୍ବସାଧାରଣ ରେ ଜଳ ଜଳ ଦେଖାଯାଉଛି I ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୬୦% ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି! ଆଖିରେ ନ ଦେଖିଲେ ବିଶ୍ବାସ ହେବନି I ତେଣୁ ଯେଉଁ NGO ମାନେ ଏହି ଅଞ୍ଚଳରେ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ଏହା କେତେଦୂର ସଫଳତା ହାସଲ କରିଛି ତାହା ଆମେ ଆପଣମାନଙ୍କୁ ଆମ ପାଖାରେ ଥିବା କିଛି ତଥ୍ଯ ପ୍ରଦାନ କରୁଛୁ ତାପରେ ବିଚାର ଆପଣମାନଙ୍କର l ଦାନଗଦି ବ୍ଲକ ଠାରୁ ସୁକିନ୍ଦା ବ୍ଲକ ମଧ୍ୟରେ ପ୍ରତିଦିନ କିଛି ନା କିଛି ନଜରରେ ଆସେ ଏହିସବୁ ଚିତ୍ର... ସାଧାରଣ ଲୋକଙ୍କ ଅଭିଯୋଗ, ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ରେ ବିଫଳ ହୋଇଛନ୍ତି ସଂପୃକ୍ତ NGO ମାନେ! ତା ୨୧/୩/୨୦୨୨ ରେ ଯଖପୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଚାଇଲଡ ଲାଇନ ଯାଜପୁର ଓ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ମିଳିତ ସହଯୋଗ ଏକ କର୍ମଶାଳା ଆୟୋଜନ ହୋଇଥିଲା l ଏହି କର୍ମଶାଳା ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ...