ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଶିଶୁ ବିକାଶ ଓ ସୁରକ୍ଷା ଯୋଜନା ବିଫଳ!

 


ବ୍ୟୁରୋ ରିପୋର୍ଟ :- ସରକାର ସମାଜର କଲ୍ୟାଣ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରୁଛନ୍ତି l ଏହା ଭିତରେ ଅଛି ଶିଶୁ ସୁରକ୍ଷା ଓ ସମୃଦ୍ଧି କ୍ଷେତ୍ରରେ ଯୋଜନା I ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସରକାରୀ ସ୍ତରରେ କିଛି ଏନ୍.ଜୀ.ଓ .(non-governmental organization) କୁ ଦାୟିତ୍ଵ ଦିଆଯାଇଛି l 


ପ୍ରକୃତରେ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ସର୍ବସାଧାରଣ ରେ ଜଳ ଜଳ ଦେଖାଯାଉଛି I ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପ୍ରାୟ ୬୦% ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି! ଆଖିରେ ନ ଦେଖିଲେ ବିଶ୍ବାସ ହେବନି I ତେଣୁ ଯେଉଁ NGO ମାନେ ଏହି ଅଞ୍ଚଳରେ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ଏହା କେତେଦୂର ସଫଳତା ହାସଲ କରିଛି ତାହା ଆମେ ଆପଣମାନଙ୍କୁ ଆମ ପାଖାରେ ଥିବା କିଛି ତଥ୍ଯ ପ୍ରଦାନ କରୁଛୁ ତାପରେ ବିଚାର ଆପଣମାନଙ୍କର l


ଦାନଗଦି ବ୍ଲକ ଠାରୁ ସୁକିନ୍ଦା ବ୍ଲକ ମଧ୍ୟରେ ପ୍ରତିଦିନ କିଛି ନା କିଛି ନଜରରେ ଆସେ ଏହିସବୁ ଚିତ୍ର... ସାଧାରଣ ଲୋକଙ୍କ ଅଭିଯୋଗ, ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ରେ ବିଫଳ ହୋଇଛନ୍ତି ସଂପୃକ୍ତ NGO ମାନେ! 


ତା ୨୧/୩/୨୦୨୨ ରେ ଯଖପୁରା ପଂଚାୟତ କାର୍ଯ୍ୟାଳୟ ଠାରେ ଚାଇଲଡ ଲାଇନ ଯାଜପୁର ଓ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ମିଳିତ ସହଯୋଗ ଏକ କର୍ମଶାଳା ଆୟୋଜନ ହୋଇଥିଲା l ଏହି କର୍ମଶାଳା ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରାମର୍ଶ ଦାତା ତପନ କୁମାର ପଣ୍ଡା, ଜିଲ୍ଲା ଆକ୍ସନ ଏଡ଼ ସୁରେନ୍ଦ୍ର ଡିଗାଲ, ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ଶ୍ରୀ ମଣ୍ଟୁ ଦାସ, ଦାନଗଦି ସି. ଡି. ପି. ଓ ଶ୍ରୀମତୀ ଦେବକୀ ପାତ୍ର, ଯଖପୁରା ସରପଞ୍ଚ ଅରୁଣ ଜ୍ୟୋତି ସାମଲ ଉପସ୍ଥିତ ଥିଲେ, ଶିଶୁ ମାନଙ୍କ ର ଅଧିକାର, ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଅଭିବୃଦ୍ଧି, ବାଲ୍ୟ ବିବାହ, ଶିଶୁ ଯତ୍ନ ଉପରେ ଆଲୋଚନା ଓ ତାଲିମ ଦିଆଯାଇଥିଲା l


 ଶିଶୁ ଶ୍ରମିକ ନିଷେଧ ତାହା ପାଇଁ ଆଇନ, ଯୌନ ଶୋଷଣ କିପରି ରୋକା ଯାଇ ପାରିବ ତା ଉପରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ I ଉକ୍ତ କର୍ମଶାଳା ରେ ଶିଶୁ କମିଟି ର ବିଜୟ କୁମାର ଦାସ, ସ୍ବେଛାସେବୀ ମହିଳା ଓ ଯୁବକ ମାନେ ଉପସ୍ଥିତ ଥିଲେ l ଯାଜପୁର ଜିଲ୍ଲାର ଦାନଗଦି ଓ ସୁକିନ୍ଦା ବ୍ଲକ ଆଦିବାସୀ, ହରିଜନ ବହୁଳ ବ୍ଳକ I ଶିଶୁ ସୁରକ୍ଷା ୟୁନିଟ ଠିକ ଭାବରେ କାମ କରୁନାହଁ ବୋଲି ଖୋଲା ଅଭିଯୋଗ ହେଲା, ଏନ. ଜି. ଓ ମାନେ ମଧ୍ୟ ଧୀରେ ଧୀରେ ଶିଶୁଙ୍କ ଉପରୁ ନଜର ହଟେଇଲେଣି, ଏହି ବ୍ଲକ ପାଖକୁ ଲାଗିଥିବା ଦାନଗଦି ବଜାର ଆଜି ପର୍ଯ୍ୟନ୍ତ ଶିଶୁ ଶ୍ରମିକ ମୁକ୍ତ ହେଲା ନାହିଁ, ଗ୍ରାମାଞ୍ଚଳ ରେ କିପରି ସଚେତନତା ହେଉଛି ତାହା ଲୋକ ଦେଖାଣିଆ ବୋଲି ଆଲୋଚନା ହୋଇଥିଲା l କଳିଙ୍ଗନଗର ଭଲି ଶିଳ୍ପ ପ୍ରଗତି ସ୍ଥାନ ରେ ଶିଶୁ ମାନଙ୍କର ବିକାଶ ଖାଲି କାଗଜ କଲମରେ ସୀମିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !