Posts

Showing posts from January 7, 2020

ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ଶେଷ କରିବା ପାଇଁ ବିଧାୟକ ଅଣ୍ଟା ଭିଡିଛନ୍ତି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ଦେଇ ଦୀର୍ଘ ରାସ୍ତା ର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ l ଏ ନେଇ ସେ ସମ୍ପୃକ୍ତ ଜିଲ୍ଲାର କତୃପକ୍ଷ ଆର୍ ଏଣ୍ଡ୍ ବି ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ଡୁବୁରୀ - ଚୋରଦା ୫୩ ନଂ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ କଲରଙ୍ଗୀ ଅତା ର ପ୍ରସ୍ତାବିତ ଷ୍ଟାଡିୟମ୍ ଓ ଡୁବୁରୀ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଶ୍ରମିକଙ୍କ ସ୍ୱାର୍ଥରେ ଆସୁଥିବା ESI ହସ୍ପିଟାଲ ପାଇଁ ଶୀଘ୍ର ଜମି ଦିଅ:#ସୁକିନ୍ଦାବିଧାୟକ କଳିଙ୍ଗ ନଗରରେ ପ୍ରସ୍ତାବିତ ଇଏସଆଇ ହସ୍ପିଟାଲ ଲାଗି ଆବଶ୍ୟକ ଜମି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। 100 ବେଡର ହସ୍ପିଟାଲ ପ୍ରତିଷ୍ଠା ହେଲେ,କଳିଙ୍ଗ ନଗରର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ପ୍ରାୟ 50ହଜାର ଶ୍ରମିକ-କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। 2011ରେ ଘୋଷାଣା ହୋଇଥିବା ଇଏସଆଇ ହସ୍ପିଟାଲର ସମସ୍ୟା ଦୂର କରିବାକୁ ବିଧାୟକ ଘଡ଼ାଇ, ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହସ୍ତକ୍ଷେପ ଲୋଡିଛନ୍ତି।

କୁକୁଡା ପାଳନ କରି ଉପକୃତ ହେବେ ନଗଡା ବାସୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର /ସୁକିନ୍ଦା - ଯାଜପୁର ଜିଲ୍ଲା ର ପ୍ରାଣିଚିକିତ୍ସା ବିଭାଗ ପକ୍ଷରୁ ପ୍ରାଣୀ ଚିକତ୍ସା ଅଧିକାରୀ ଡାକ୍ତର. ଶୁଭେନ୍ଦୁ ସାହୁ, ଭ୍ରାମ୍ୟ ୟୁନିଟ ପ୍ରାଣୀ ଚିକିତ୍ସକ ଡାକ୍ତର. ଶୁଭଶ୍ରୀ ନାୟକ ଉପସ୍ଥିତ ରେ ଗତ ଡିସେମ୍ବର ୨୯ ତାରିଖ ଦିନ ୬୦ଟି ପରିବାରକୁ ୧୦ଟି କରି ଭଲ ପ୍ରଜାତିର କୁକୁଡ଼ା ଚିଆଁ ପ୍ରଦାନ କରାଯାଇଥିଲା । ତା ସହିତ କୁକୁଡ଼ା ଚିଆଁ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜି ନଗଡା ଠାରେ କୁକୁଡ଼ା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିଛନ୍ତି ସ୍ଥାନୀୟ ପଶୁ ଡାକ୍ତର. ଶୁଭଶ୍ରୀ ନାୟକ । ତାଙ୍କ ସୂଚନା ମୁତାବକ ସମସ୍ତ କୁକୁଡ଼ା ଚିଆଁ ଙ୍କ ସ୍ୱାସ୍ଥ୍ୟ ଠିକ ଅଛି । ନଗଡା ରେ ଉନ୍ନତ ପ୍ରଜାତି କୁକୁଡା ପାଳନ କରି ସ୍ଥାନୀୟ ଅଞ୍ଚଳର ଆର୍ଥିକ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ପଶୁ ସମ୍ପଦ ବିଭାଗର ପ୍ରୟାସ କେତେଦୂର ଫଳପ୍ରଦ ହେବ ଆଗକୁ ଆମେ ଆପଣଙ୍କୁ ଜଣାଇବୁ l Rita vision News