ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ଶେଷ କରିବା ପାଇଁ ବିଧାୟକ ଅଣ୍ଟା ଭିଡିଛନ୍ତି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ଦେଇ ଦୀର୍ଘ ରାସ୍ତା ର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ l ଏ ନେଇ ସେ ସମ୍ପୃକ୍ତ ଜିଲ୍ଲାର କତୃପକ୍ଷ ଆର୍ ଏଣ୍ଡ୍ ବି ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ଡୁବୁରୀ - ଚୋରଦା ୫୩ ନଂ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ କଲରଙ୍ଗୀ ଅତା ର ପ୍ରସ୍ତାବିତ ଷ୍ଟାଡିୟମ୍ ଓ ଡୁବୁରୀ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଶ୍ରମିକଙ୍କ ସ୍ୱାର୍ଥରେ ଆସୁଥିବା ESI ହସ୍ପିଟାଲ ପାଇଁ ଶୀଘ୍ର ଜମି ଦିଅ:#ସୁକିନ୍ଦାବିଧାୟକ କଳିଙ୍ଗ ନଗରରେ ପ୍ରସ୍ତାବିତ ଇଏସଆଇ ହସ୍ପିଟାଲ ଲାଗି ଆବଶ୍ୟକ ଜମି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। 100 ବେଡର ହସ୍ପିଟାଲ ପ୍ରତିଷ୍ଠା ହେଲେ,କଳିଙ୍ଗ ନଗରର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ପ୍ରାୟ 50ହଜାର ଶ୍ରମିକ-କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। 2011ରେ ଘୋଷାଣା ହୋଇଥିବା ଇଏସଆଇ ହସ୍ପିଟାଲର ସମସ୍ୟା ଦୂର କରିବାକୁ ବିଧାୟକ ଘଡ଼ାଇ, ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହସ୍ତକ୍ଷେପ ଲୋଡିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !