ବଜ୍ରପାତ ଯୋଗୁଁ ଜୀବନହାନୀ ର କାରଣ... I
ବ୍ୟୁରୋ ରିପୋର୍ଟ :- ସରକାରୀ ତଥ୍ଯ ରେ ୨୦୨୧-୨୨ ବର୍ଷରେ ବଜ୍ରପାତରେ ୨୮୧ ଲୋକଙ୍କ ଜୀବନ ଯାଇଛି। ଯେଉଁଥିରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ? କେମିତି ଏହାକୁ ରୋକାଯାଇପାରିବ? ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ତେଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ। ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ ମସିହାରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ବନ ବିଭାଗ...