Posts

Showing posts from June 4, 2023

ବୀଣାପାଣି ସରକାରୀ ବିଦ୍ୟାପୀଠର ୫୭ତମ ପ୍ରତିଷ୍ଠା ଦିବସ ପାଳନ।

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ବୀଣାପାଣି ସରକାରୀ ବିଦ୍ୟାପୀଠ, ନୀଳମଣିଦେଇପୁର ର ୫୭ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅଞ୍ଚଳର ମୂରବୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନର ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତତପରେ ବିଦ୍ୟାଳୟରେ ସ୍ଥାପିତ ବାବା ଗଣପତି ଓ ମା ବୀଣାପାଣିଙ୍କ ମୂର୍ତ୍ତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା, ହୋମକାର୍ଯ୍ୟ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସମାପନ ପରେ ସଭାକକ୍ଷରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି ସଭାକକ୍ଷରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଜମୀଦାନ କରିଥିବା ସ୍ବର୍ଗତ ନଟବର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଗଲା। ଉପସ୍ଥିତ ପ୍ରବକ୍ତାମାନେ ସ୍ବର୍ଗତ ନଟବର ମହାନ୍ତିଙ୍କ ଅବଦାନ ଓ ବିଦ୍ୟାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍

ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ କରମଣ୍ଡଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ପାଇଁ ସମୂହ ଦୀପଦାନ l

Image
ଯାଜପୁର (ବ୍ୟାସନଗର) :- ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଆହତ ମାନଙ୍କର ଆସୁଆରୋଗ୍ୟ କାମନା କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଥିବା ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତ ତଳେ ବ୍ୟାସନଗରର ଅଗ୍ରଣୀ ସାମାଜିକ ସଂଘଠନ ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦୁଇ ମିନିଟ ମୃତକଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା ଏବଂ ଆହତ ବ୍ୟକ୍ତିଙ୍କ ଆସୁଆରୋଗ୍ୟ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ କୁମାର ଧୀର, କାର୍ଯ୍ୟକାରୀ ସଭାପତି ସମୀର ରାୟ, ଉପସଭାପତି କଳିଙ୍ଗ ପହି,କୋଷାଧକ୍ଷ ପରେଶ ଦାଶ, ସାମ୍ବାଦିକ ମଳୟ ମଲ୍ଲିକ, ପବିତ୍ର ମହାନ୍ତି,ସୁଜିତ ମଲ୍ଲିକ, କଳ୍ପତରୁ ଧୀର,ଆଶିଷ ମଲ୍ଲିକ, ହେମନ୍ତ ନାୟକ, ଅସିତ ଦାସ , ଦୀପକ ଦାସ, କାଳନ୍ଦୀ ମଲ୍ଲିକ,ରମାକାନ୍ତ ବେହେରା, ଘଗେଶ୍ୱର ମଲ୍ଲିକ, ଗୋବିନ୍ଦ ବାରିକ, ମାନସ ରାଉତ,ମନୀଷ ରଞ୍ଜନ ମଲ୍ଲିକ, ମଳୟ ମଲ୍ଲିକ ଉପସ୍ଥିତ ରହିଥିଲେ l