ବୀଣାପାଣି ସରକାରୀ ବିଦ୍ୟାପୀଠର ୫୭ତମ ପ୍ରତିଷ୍ଠା ଦିବସ ପାଳନ।

ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ବୀଣାପାଣି ସରକାରୀ ବିଦ୍ୟାପୀଠ, ନୀଳମଣିଦେଇପୁର ର ୫୭ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅଞ୍ଚଳର ମୂରବୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନର ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତତପରେ ବିଦ୍ୟାଳୟରେ ସ୍ଥାପିତ ବାବା ଗଣପତି ଓ ମା ବୀଣାପାଣିଙ୍କ ମୂର୍ତ୍ତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା, ହୋମକାର୍ଯ୍ୟ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସମାପନ ପରେ ସଭାକକ୍ଷରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି ସଭାକକ୍ଷରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଜମୀଦାନ କରିଥିବା ସ୍ବର୍ଗତ ନଟବର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଗଲା। ଉପସ୍ଥିତ ପ୍ରବକ୍ତାମାନେ ସ୍ବର୍ଗତ ନଟବର ମହାନ୍ତିଙ୍କ ଅବଦାନ ଓ ବିଦ୍ୟାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ବକ୍ତାମାନେ ନିଜସ୍ଵ ପରାମର୍ଶ ରଖିଥିଲେ। ଏହାପରେ ବିଦ୍ୟାଳୟ ତରଫରୁ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ସ୍ଥାନୀୟ ମା ଖଣ୍ଡୁରାଇ ପୀଠ ନିକଟରେ ଏକ ଦିନିକିଆ ଜଳଛତ୍ର କାର୍ଯ୍ୟକ୍ରମର ଆୟୋଜନ କରି ପଥିକ ମାନଙ୍କୁ ଦଧିଯୁକ୍ତ ପାନୀୟ ପ୍ରଦାନ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !