ଜଖପୁରା ରେଳ ଷ୍ଟେସନ ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଦାବି ପତ୍ର l

ଦାନଗଦୀ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ରେଲୱେ ଷ୍ଟେସନ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଭିନ୍ନ ପ୍ରକାରର ସମସ୍ୟା କୁ ନେଇ ୬ଟି ପଞ୍ଚାୟତ ର ଜନପ୍ରତିନିଧି ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l କଳିଙ୍ଗନଗର ରେ ଶିଳ୍ପ କାରଖାନା ଗଢି ଉଠିବା ପରେ ଅଧିକାଂଶ କାରଖାନା ତାଙ୍କର କଞ୍ଚାମାଲ ଏବଂ ଉତ୍ପାଦର ପରିବହନ ପାଇଁ ମୁଖ୍ୟତଃ ଯଖପୁରା ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି l ଏହି ଷ୍ଟେସନ ରୁ ହରିଦାସପୁର ରୁ ପାରାଦୀପ ରେଳ ଧାରଣା, ଟାଟା କାରଖାନା, କେନ୍ଦୁଝର ଗଡ, ଦୈତାରୀ - ବାଂଶପାଣି ଅଞ୍ଚଳରୁ ଲୁହା ପଥର, କୋଇଲା ଭଳି ଖଣିଜପଦାର୍ଥ କଞ୍ଚାମାଲ ଓ କାରଖାନା ମାନଙ୍କର ଉତ୍ପାଦ ସବୁ ପରିବହନ ହୋଇଥାଏ l କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଷ୍ଟେସନ କିମ୍ବା ଏହାର ଆଖପାଖ ଅଞ୍ଚଳର ବିଶେଷ କିଛି ଉନ୍ନତି ହୋଇପାରି ନାହଁ l ରେଳ ବିଭାଗ ପକ୍ଷରୁ ଏହି ଷ୍ଟେସନ ଟିକୁ ଜଂକସନ ର ମାନ୍ୟତା ଦିଆଯାଇଥିଲେ ମଧ୍ୟ ଅନ୍ୟ ଜଙ୍କସନ ଭଳି ସରକାର ଏହି ଷ୍ଟେସନ ର ଉନ୍ନତି ପାଇଁ କୌଣସି ଉତ୍ସାହ ଦେଖାଉ ନ ଥିବା ପରିଲକ୍ଷିତ ହେଉଛି l ଏହି ଷ୍ଟେସନ ରୁ କୋଟି କୋଟି ଟଙ୍କା ର ରାଜସ୍ଵ ସରକାର ଙ୍କ ରାଜକୋଷ କୁ ଯାଉଥିବା ବେଳେ ପାର୍ଶ୍ଵବର୍ତ୍ତୀ ୬ ଟି ପଞ୍ଚାୟତ ର ଗ୍ରାମବାସୀ ନିଜ ଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି l ଯଖପୁରା ରେଳ ଷ୍ଟେସନ ର ଉତ୍ତର ଦିଗରେ ଥିବ...